ଚାରିପଟେ ସୁଉଚ୍ଚ ପାହାଡ଼ ପର୍ବତ, ଘଞ୍ଚ ଜଙ୍ଗଲ ସବୁବେଳେ ସବୁଜ ସୁନ୍ଦର ସ୍ଵଛ ପରିବେଶ। ସମୁଦ୍ର ପତନ ଠାରୁ ହଜାର ହଜାର ଫୁଟ ଉଚରେ କନ୍ଧମାଳ ଜିଲ୍ଲା ରହିଥିବା ବେଳେ ଘୁ.ଉଦୟଗିରି ଅଞ୍ଚଳର ସୀମା ଗଂଜାମ ଜିଲ୍ଲାର ସୀମାକୁ ଲାଗି ରହିଛି ଯେଉଁଠୁ କଳିଙ୍ଗା ଘାଟି ଆରମ୍ଭ।
www.newslaxmi7.com
କନ୍ଧମାଳ ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼, ପର୍ବତ, ଘଞ୍ଚ ଜଙ୍ଗଲ, ଝରଣା ଅଙ୍କାବଙ୍କା ରାସ୍ତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପ୍ରକୃତିର ବରଦାନ ସଦୃଶ କନ୍ଧମାଳ ଜିଲ୍ଲାରେ ଉପରବାଲା ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁନ୍ଦି ଦେଇଛି। ଚାରିପଟେ ସୁଉଚ୍ଚ ପାହାଡ଼ ପର୍ବତ, ଘଞ୍ଚ ଜଙ୍ଗଲ ସବୁବେଳେ ସବୁଜ ସୁନ୍ଦର ସ୍ଵଛ ପରିବେଶ। ସମୁଦ୍ର ପତନ ଠାରୁ ହଜାର ହଜାର ଫୁଟ ଉଚରେ କନ୍ଧମାଳ ଜିଲ୍ଲା ରହିଥିବା ବେଳେ ଘୁ.ଉଦୟଗିରି ଅଞ୍ଚଳର ସୀମା ଗଂଜାମ ଜିଲ୍ଲାର ସୀମାକୁ ଲାଗି ରହିଛି ଯେଉଁଠୁ କଳିଙ୍ଗା ଘାଟି ଆରମ୍ଭ।
www.newslaxmi7.com
କଳିଙ୍ଗାଘାଟିର ଦୂରତା ୧୦କିମି। ଏହି ୧୦କିମି ଘାଟି ରାସ୍ତା ଗୋଟିଏ ପଟେ ସୁଉଚ୍ଚ ପାହାଡ଼ ପର୍ବତ ଅନ୍ୟପଟେ ବଡ଼ ବଡ଼ ଗର୍ତ୍ତ ତଳକୁ ଘଞ୍ଚ ଜଙ୍ଗଲ। ରାସ୍ତାରେ କଡ଼େକଡ଼େ କ୍ଷୁଦ୍ର ଝରଣା। ସୁଉଚ୍ଚ ପାହାଡ଼ ଉପରୁ ପଥର ଦେଇ ପାଣି ପଡୁଛି ଯାହାକି ରସ୍ତରେ ଯିବା ଲୋକଙ୍କୁ ବେଶ ଆକୃଷ୍ଟ କରୁଛି। ପର୍ଯ୍ୟଟକ କନ୍ଧମାଳ ଜିଲ୍ଲାକୁ ପ୍ରବେଶ କରୁକରୁ କଳିଙ୍ଗା ଘାଟିର ମନୋରମ ଦୃଶ୍ୟ ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ସ୍ୱାଗତ କରିଲାଭଳି ରହିଛି। କଳିଙ୍ଗା ଘାଟିରେ କିଛି ସମୟ ଅତିବାହିତ କରିବା ସହ ସେଲ୍ଫି ନେବା ଏବଂ ଫୋଟ ନେଇ ଆଗକୁ ଯେତେ ବଢ଼ିବେ ସେତିକି ଆକୃଷ୍ଟ କରିବ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ।
www.newslaxmi7.com
ଆଲୋପାଥି ଔଷଧ ରୁ ବିମୁଖ ହେବା ପରେ ଦିନ କୁ ଦିନ ଆୟୁର୍ବେଦିକ ଓ ଚେରମୂଳି ଔଷଧ ର ଆଦର ବଡି ଚାଲିଛି । ଏପରି ସମୟ ରେ ଦୀର୍ଘ ଦଶନ୍ଧି ଧରି ଓଡ଼ିଶା ର କେନ୍ଦ୍ରବିନ୍ଦୁ ସବୁଜ ସହର କନ୍ଧମାଳ ଜିଲ୍ଲା ର କଳିଙ୍ଗା ବୋଟାନିକାଲ ଗାର୍ଡେନ ରିସର୍ଚ୍ଚ ସେଣ୍ଟର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି, ବହୁ ଏକର ପରିମିତ ଏହି ବଗିଚ୍ଛା ଅନୁସଙ୍ଗିକ ଭିତ୍ତିଭୂମି ର ବିକାଶ ବ୍ୟବସ୍ଥା କରାଗଲେ ପର୍ଯ୍ୟଟନ ମାନଚିତ୍ର ରେ ଏକ ପ୍ରମୁଖ ସ୍ଥାନ ପାଇବା ସହିତ ଗବେଷଣା ଓ ଜ୍ଞାନ ଅର୍ଜନ ନିମନ୍ତେ ଆସୁଥିବା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଗବେଷକ ରହିବା ନିମନ୍ତେ ଅଧିକ ଆଶ୍ରୟ ସ୍ଥଳୀ, ଜଳ ପରିମଳ ବ୍ୟବସ୍ତା ବୁଲିବା ନିମନ୍ତେ ପରିବେଶ ଅନୁକୂଳ ବ୍ୟାଟେରୀ ଗାଡି, ଟୟ ଟ୍ରେନ ବ୍ୟବସ୍ତା କରି SHG ଗ୍ରୁପ୍ ମହିଳା ମାନଙ୍କୁ ସେଠାରେ ନିୟୋଜିତ କରାଗଲେ ସାଧାରଣ ଜନତା ଉପକୃତ ହେବା ସହିତ ରାଜସ୍ବ ଆଦାୟ ମଧ୍ୟ ହୋଇପାରିବ ।