କନ୍ଧମାଳ – ଦୁଃଖ ଶୁଣିବାକୁ କେହି ନାହିଁ ଘର ଖଣ୍ଡିଏ ମିଳିବା ଏଠି ସ୍ଵପ୍ନ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁର ଅବିବାହିତା ମହିଳା କସ୍ତୁରୀ ବଗର୍ତ୍ତୀ ଙ୍କ ଦୁଃଖମୟ ଜୀବନ। କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି ଆସୁଥିଲେ ମଧ୍ୟ ସଠିକ୍ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନି
ଏହି ଭଙ୍ଗା ଦାଦରା ଘର ଦେଖି ବୁଝି ପାରୁଥିବେ ତାହା ମଧ୍ୟ ନିଜର ନୂହେଁ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି ବହୁତ ଦିନରୁ ଗରିବ ପାଇଁ ଏହି ଭଙ୍ଗା ଦାଦରା ମାଟି ଘର ଥିବାବେଳେ ରହିବାକୁ ଭଲ ଘର ଖଣ୍ଡିଏ ତିଆରି କରିବା ସମ୍ଭବ ହୋଇପାରୁନି ବୋଲି କହିଛନ୍ତି କସ୍ତୁରୀ ବଗର୍ତ୍ତୀ ସରକାର ଙ୍କ ମୋ କୁଡ଼ିଆ ଯୋଜନା ଶୂନ୍ୟ ଏବଂ ଗରିବ ପରିବା କୁ ଯୋଗାଇ ଦିଆଯାଇଥାଏ ଦାରିଦ୍ର୍ୟ ସୀମାରେଖା ତଳେ ବହୁଦିନ ଧରି ରହି ଆସୁଥିଲେ ସୁଧା ମିଳି ପାରୁନାହିଁ ରହିବାକୁ ବାସ ଗୃହ ଟିଏ । ଦିନ ମଜୁରି ଯାଇ ପରିବାର ଚଳିବା କଷ୍ଟକର । ଦିର୍ଘ ବର୍ଷ ରୁ ଏହି ଅନ୍ୟ ଭଙ୍ଗାରୁଜା ଘରେ ରହୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କସ୍ତୁରୀ ବଗର୍ତ୍ତୀ ।
ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଥିବା ବେଳେ ବର୍ଷା ଦିନେ ଭଙ୍ଗାରୁଜା ଘରେ ରହିବା କଷ୍ଟକର ବୋଲି କହିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଦେଇ ଅସହାୟ ଅବିବାହିତା ମହିଳା ଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି । ଅନ୍ୟ ପଟେ ଦେଖିବାକୁ ବାକି ରହିଛି ସରକାର କେବେ ଶୁଣିବେ ଅସହାୟ ଅବିବାହିତା ମହିଳାଙ୍କ ଦୁଃଖ । କନ୍ଧମାଳ ଜିଲ୍ଲା ରୁ ବିବେକାନନ୍ଦ ପ୍ରଧାନ ଙ୍କ ରିପୋର୍ଟ୍