କଟକ ୨୦।୫: ଭୋଜି କରିବା ମହଙ୍ଗା ପଡ଼ିଲା । ତଣ୍ଡ ଗଣିଲେ ସିଏମସି କର୍ମଚାରୀ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ ଭୋଜି ଭାତ ଏକାଧିକ ଲୋକ ଏକାଠି ହେବା ଉପରେ ରୋକ୍ ଲଗାଯାଇଛି । ଏପରିକି ବିବାହରେ ମାତ୍ର ୨୫ ଏବଂ ଶୁଦ୍ଧକ୍ରିୟା ବେଳେ ୨୦ ଜଣ ଉପସ୍ଥିତ ରହିବାକୁ ଅନୁମତି ରହିଛି । ମାତ୍ର ଅନେକ ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । କୋଭିଡ୍ କଟକଣା ଉଲଂଘନ କରି ଫାଇନ୍ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, କଟକ ନଳିନୀ ମଣ୍ଡପରେ ଭୋଜି ଚାଲିଥିଲା ବେଳେ ପୋଲିସ ଚଢାଉ କରିଥିଲା । କୋଭିଡ୍ ନିୟମ ଉଲଂଘନ କରି ଭୋଜି କରୁଥିବାରୁ ପୋଲିସ ଚଢାଉ କରିବା ସହ ଜରିମନା ଆଦାୟ କରିଛି । ଲକଡାଉନ୍ ଥିବା ସତ୍ତ୍ଵେ ସିଏମସିର କିଛି କର୍ମଚାରୀ ଭୋଜି ଆୟୋଜନ କରୁଥିଲେ । ଖବର ପାଇ ପୋଲିସ ଚଢାଉ କରିଥିଲା । ସଂପୃକ୍ତ ସ୍ଥାନରୁ ଏକାଧିକ ମଦ ବୋତଲ ଜବତ କରାଯାଇଛି ।