ଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସଂଘର ଚତୁର୍ଥ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜକ ଭାବରେ ବୌଦ୍ଧ ଜିଲ୍ଲା ୱେବ୍ ମିଡ଼ିଆ ସଂଘ ପକ୍ଷରୁ ମନ ମୁଣ୍ଡା ସ୍ଥିତ ଖେଳ ପଡ଼ିଆରେ ଏହି ଚତୁର୍ଥ ବାର୍ଷିକ ମହୋତ୍ସବ ପାଳନ ହୋଇଥିଲା। ଏଥିରେ ବାର ଗୋଟି ଜିଲ୍ଲାର ୱେବ୍ ସାମ୍ବାଦିକ ମାନଙ୍କ ଶହ ଅନେକ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ସାମ୍ବାଦିକ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ତହସିଲ ଦାର୍ ଶ୍ୱେତ ପଦ୍ମା ଯୋଶୀ, ଜିଲ୍ଲା ପରିଷଦ ପଦ୍ମାଳୟା ପ୍ରଧାନ, ମନ ମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜୁ ବେହେରା ଓ ପଶ୍ଚିମ ଓଡ଼ିଶାର ୱେବ୍ ମିଡ଼ିଆ ସଂଘର ସଭାପତି ଅସିତ୍ କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ୱେବ୍ ମିଡ଼ିଆ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ଶହ ମଞ୍ଚ ପରିଚାଳନା କରିଥିଲେ। ଲୀଳାମୟ ଦେହୁରୀ ବାର୍ଷିକ ବିବରଣୀ ପଠନ କରିବା ଶହ ବର୍ତ୍ତମାନ ସମାଜରେ ୱେବ୍ ମିଡ଼ିଆର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।
ଉଦ୍ଘାଟନୀ ଉତ୍ସବରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ପରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହୋଇଥିଲା। ଅନ୍ୟପଟେ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରଞ୍ଜୁ ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲୋପାମୁଦ୍ରା କଲେଜର ସମ୍ପାଦକ ଉତ୍ତମ ମହଲା, ଓଡ଼ିଶା ଷ୍ଟେଟ ବି ଗ୍ରେଡ ସ୍କୁଲର ସମ୍ପାଦକ ମଙ୍ଗଳ ମୟ ରଥ, ସମାଜ ସେବୀ ପବିତ୍ର ସାହୁ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ସମାଜରେ ୱେବ୍ ମିଡ଼ିଆର ଭୂମିକା ଉପରେ ଆଲୋକପାତ କରିଥିଲେ। ପରେ ମାଁ ସମଲେଶ୍ଵରୀ ମେଲୋଡି ନୂର୍ପା ତାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ରାତି ବାର ଘଣ୍ଟା ପର୍ଯ୍ୟନ୍ତ ସମ୍ବଲପୁରୀ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ। ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଗାୟିକା ନୁର ବେଗମ ଙ୍କ ଫଟାଇ ଖାଇଲି ବେଳ ଗୀତ ବେଶ୍ ବିମୋହିତ କରିଥିଲା ଦର୍ଶକ ମାନଙ୍କୁ ଶେଷରେ ସଂଘ୍ର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।