ଭୁବନେଶ୍ୱର ୦୪।୧୦: ବେଆଇନ ଚାନ୍ଦା ଆଦାୟ ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିଛି ଭଦ୍ରକ ବସ ସିଣ୍ଡିକେଟ୍ । ଚାନ୍ଦା ଆଦାୟ ସହ ଅସଦବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏମିତି କି ବସରେ ଯାତ୍ରୀ ଚଢ଼ିବା ବେଳେ ମଧ୍ୟ ବାଧା ଦେଉଛନ୍ତି । ଭଦ୍ରକ ବନ୍ତ ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ବସ ଚଳାଚଳରେ ହସ୍ତକ୍ଷେପ କରୁଛନ୍ତି । ଫଳରେ ଅନ୍ୟ ଷ୍ଟପେଜରେ ବସ୍ ଠିକ ସମୟରେ ପହଞ୍ଚିପାରୁନାହିଁ । ପ୍ରତିବାଦରେ ଭଦ୍ରକ ବସ୍ ସିଣ୍ଡିକେଟର କୌଣସି ବସ ବାଲେଶ୍ୱର , କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉନାହିଁ । ସମସ୍ୟା ନେଇ ପୋଲିସ ଓ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ପ୍ରତିବାଦରେ ବସ ଚଳାଚଳ ବନ୍ଦ ରହିଛି ।
Trending
- ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
- ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
- ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
- ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
- ବ୍ରାଉନ୍ସୁଗାର ବେପାରରେ ବାପ-ପୁଅ
- ବଦଳିବ ଭିତରକନିକାର ରୂପରେଖ
- କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
- ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍ର ବନ୍ଦୀ ହେଲେ ପ୍ରଥମ
Monday, May 29