ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ଆଉ ନାହାନ୍ତି। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ୧୦୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ଏ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ବର ପୃଷ୍ଟି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ସେ ଅସୁସ୍ଥ ହେବା ପରେ ନନ୍ଦ ସାରଙ୍କୁ ଗତ ୩୦ ତାରିଖରେ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଟାଟା କୋଭିଡ୍ ହସ୍ପିଟାଲ, କଳିଙ୍ଗନଗରରେ ଭର୍ତ୍ତି କରାଯାଇଥିଲା। ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିତ୍ସା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନନ୍ଦ ସାର୍ଙ୍କୁ ‘ସମ୍’ ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଥିଲା।ଶତାୟୁ ଶିକ୍ଷକ ନନ୍ଦ ସାର ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରିବା ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।
Trending
- ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
- ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
- ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
- ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
- ବ୍ରାଉନ୍ସୁଗାର ବେପାରରେ ବାପ-ପୁଅ
- ବଦଳିବ ଭିତରକନିକାର ରୂପରେଖ
- କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
- ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍ର ବନ୍ଦୀ ହେଲେ ପ୍ରଥମ
Monday, May 29