ଅଶୀ ଦଶକରେ ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଓ ଅଭିନେତ୍ରୀ ଟିନା ମୁନିମ୍ (ଅମ୍ବାନି)ଙ୍କ ମଧ୍ୟରେ ପ୍ରେମ କାହାଣୀ ସଂପର୍କରେ କାହାକୁ ଅଛପା ନାହିଁ। କିନ୍ତୁ ନିକଟ ଅତୀତରେ ଏହାକୁ ନେଇ ଏକ ରୋଚକ କଥା ପଦାକୁ ଆସିଛି। କଥାଟି ହେଲା, ସେତେବେଳେ ଟିନାଙ୍କ ସହ ରିଷି କପୁର୍ଙ୍କ ନାମ ଯୋଡ଼ା ହୋଇ ବି-ଟାଉନ୍ରେ ବହୁ କଥା ଆଲୋଚନା ହେଲା। ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛନ୍ତି ବୋଲି ଏକ ଗୁଜବ ପ୍ରଚାର ହୋଇଗଲା। ଏହା ସଂଜୟଙ୍କ କାନରେ ପଡ଼ିବାରୁ ସେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ଏପରିକି ରିଷିଙ୍କୁ ସାବାଡ୍ କରିବା ପାଇଁ ତାଙ୍କ ଘରକୁ ଚାଲି ଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ରିଷିଙ୍କ ପୂର୍ବରୁ ପତ୍ନୀ ନିତୁ କପୁର୍ଙ୍କ ସହ ତାଙ୍କର ଭେଟ ହୋଇଯାଇଥିଲା। ଏହା ସଂପୂର୍ଣ୍ଣ ଗୁଜବ ଓ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ନିତୁ ବୁଝାଇବାରୁ ସଂଜୟ ଆଶ୍ବସ୍ତ ହୋଇ ଫେରି ଆସିଥିଲେ। ସୂଚନାଯୋଗ୍ୟ, ୧୯୮୧ ମସିହାରେ ସଂଜୟ ଚଳଚ୍ଚିତ୍ର ‘ରକି’ ମାଧ୍ୟମରେ ବଲିଉଡ୍ରେ ପାଦ ଥାପିଥିଲେ। ଏଥିରେ ଟିନା ନାୟିକା ଭୂମିକା ନିଭାଇଥିଲେ। ସେଇଠାରୁ ହିଁ ଦୁହିଁଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା।
Trending
- ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
- ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
- ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
- ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
- ବ୍ରାଉନ୍ସୁଗାର ବେପାରରେ ବାପ-ପୁଅ
- ବଦଳିବ ଭିତରକନିକାର ରୂପରେଖ
- କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
- ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍ର ବନ୍ଦୀ ହେଲେ ପ୍ରଥମ
Monday, May 29