କନ୍ଧମାଳ,୦୬/୧୨/୨୦୨୪।। ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗ୍ରାମ ପଞ୍ଚାୟତର ଗାମ୍ବେରି ଗୁଡା ଗ୍ରାମ,ଫୁଲବାଣୀ ମୁନିଗୁଡା ମୁଖ୍ୟ ରାଜ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି l ପାଠ ପଢିବାକୁ ଯାଇ ସ୍କୁଲ ଛୁଟି ପରେ ଅପରାହ୍ନ ୪ ଟାରେ ନିତିଦିନ ଭଳି ଉତ୍କଳ ବିଶୋଇଙ୍କ ଝିଅ ଭବାନୀ ବିଶୋଇ ତାର ସାନ ଭାଇ ଆୟୁସ ବିଶୋଇଙ୍କ ହାତ ଧରି ନିଜ ଘରକୁ ନିଜ ସାଙ୍ଗ ସାଥି ମାନଙ୍କ ସହ ଫେରୁଥିବା ବେଳେ ହଠାତ୍ ଜଣେ ନାବାଳକ ବାଇକ ଚାଳକ ଦ୍ରୁତ ଗତିରେ ଆସି ଆୟୁସକୁ ଜୋରେ ଧକ୍କା ଦେବା ଦ୍ୱାରା ଆୟୁସ ୨୫ଫୁଟ ଦୁରରେ ପଡ଼ି ଅଚେତ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ବିଳମ୍ୱ ନ କରି ଆୟୁସକୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇ ଥିଲେ କିନ୍ତି ଡାକ୍ତର ତାଙ୍କୁ ମୃତ ଘୋସଣା କରିବା ପରେ ବ୍ୟବଛେଦ ପାଇଁ ଜିଲ୍ଲା ମୁକ୍ଷ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ଦେଇଥିଲେ ।
ଆୟୁସ ଡିଣ୍ଡିରା ଗାଁ ପ୍ରାଥମିକ ବିଦ୍ୟାଳୟର ଦ୍ୱତୀୟ ଶ୍ରେଣୀ ର ଛାତ୍ର ବୋଲି ଜଣାପଡ଼ିଛି l ପରିଶେଷରେ ଦୁର୍ଘଟଣା ସ୍ଥଳ ଏବଂ ଫିରିଙ୍ଗିଆ ଡାକ୍ତରଖାନାରେ ଉତେଜନା ଦେଖା ଦେବାରୁ ଦୁର୍ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ କାଠ ଗଣ୍ଡି ଓ ପଥର ପକାଇ ରାସ୍ତା ଅବରୋଧ କରିଥିଲେ l ସନ୍ଧ୍ୟା ୫ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଥିବାରୁ ରାସ୍ତା ର ଉଭୟ ପାର୍ଶ୍ୱରେ ସହ ସହ
ଗାଡି ଅଟକି ରହିଥିଲା । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା l
ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସତ୍ତ୍ୱେ ଲୋକେ ନିଜ ଜିଦରେ ଅଟଳ ରହି କ୍ଷତି ପୂରଣ ଦାବୀ କରିବା ସହ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ l ପରେ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ, ଫିରିଙ୍ଗିଆ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ର, ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ ତରଫରୁ ୨0 ହଜାର ଟଙ୍କା ଦେବା ସହ ଆମ୍ବୁଲାନ୍ସ ନେବା ଆଣିବା ସମସ୍ତ ଖର୍ଚ୍ଚ ବହନ କରିବାକୁ ବ୍ୟବସ୍ଥା କରିବା ସହ ସରକାର ଙ୍କ ତରଫରୁ
ମିଳୁଥିବା ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରିବାକୁ ସହଯୋଗ କରାଯିବ ବୋଲି କହିବା ପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ ରୁ ହଟିଥିଲେ l ଅନ୍ୟ ପଟେ ଦୁର୍ଘଟଣା ଘଟାଇ ଥିବା ବାଇକ ଚାଳକ ଡିଣ୍ଡିରା ଗାଁ ପଞ୍ଚାୟତ ସରୁକୋଇ ଗାଁ ର ଉସତ କହଁର ବୋଲି ଜଣାପଡ଼ିଛି । ଉସତ କହଁର ଅତି ନିକଟରେ ନଳ କୂପ ମୋଟର ଚୋରି କରୁଥିବା ବେଳେ ସରୁକୋଇ ଓ ଟେଲାପାଲ୍ଲି ଗ୍ରାମ ବାସିନ୍ଦାଙ୍କ ଦ୍ୱାରା ଧରାପଡ଼ିଥିବା ଘଟଣା ମଧ୍ୟ ଶୁଣିବାକୁ ମିଳିଛି ।କୋମଳମତି ଛାତ୍ର ର ଏଭଲି ମୃତ୍ୟୁକୁ ନେଇ ଫିରିଙ୍ଗିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l