ବ୍ରହ୍ମପୁର ସମ୍ବଲପୁର ରେଳ ପ୍ରକଳ୍ପର ପୁନଃସର୍ଭେ ନିର୍ଦ୍ଦେଶ ବାଦ୍ ପଡ଼ିଥିବା ଫୁଲବାଣୀକୁ ସାମିଲ୍ କରିବାକୁ ଓରିଡିଏଲ୍ କୁ ପରିବହନ ବିଭାଗକୁ ଚିଠି. ଦକ୍ଷିଣ ପଶ୍ଚିମ ଓଡିଶାକୁ ଯୋଡ଼ିବାକୁ ଥିବା ବ୍ରହ୍ମପୁର ସମ୍ବଲପୁର ରେଳ ପଥ ପ୍ରକଳ୍ପ ପାଇଁ ଡିପିଆର୍ ହୋଇ ଫାଇନାଲ୍ ଲୋକେସନ ସର୍ଭେ ସରିଛି କିନ୍ତୁ ସଂଶୋଧିତ ମ୍ୟାପ୍ ରେ ଫୁଲବାଣୀ ସହରକୁ ବାଦ୍ ଦେବା ନେଇ ଅସନ୍ତୋଷର ନିଆଁ ଜଳିଥିଲା ଫଳରେ ବାଧ୍ୟ ହୋଇ ଏହି ପ୍ରକଳ୍ପରେ ଫୁଲବାଣୀକୁ ସାମିଲ କରିବା ପାଇଁ ରେଳବାଇ ବୋର୍ଡ଼ ନିଷ୍ପତ୍ତି ନେଇଛି ଏହି ନିଷ୍ପତ୍ତି କ୍ରମେ ପୁଣିଥରେ ଲୋକେସନ ସର୍ଭେ କରି ଡିପିଆର୍ ପ୍ରସ୍ତୁତ କରାଯିବ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଓରିଡିଏଲ ଓଡିଶା ରେଲ ଭିତ୍ତିଭୂମି ବିକାଶ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକଙ୍କୁ ଏ ନେଇ ଚିଠି କରାଯାଇଛି ଫୁଲବାଣୀକୁ ସାମିଲ କରିବା ପାଇଁ ମୁଜାଗଡ଼ ରୁ ବୌଦ୍ଧ ପର୍ଯ୍ୟନ୍ତ ପ୍ରାଥମିକ ଏରିୟଲ ସର୍ଭେ କରାଯିବ ବୋଲି ସୂଚନା ମିଳିଛି ବ୍ରହ୍ମପୁର ସମ୍ବଲପୁର ଗୋପାଳପୁର ରେଢ଼ାଖୋଲ ନୂତନ ରେଳପଥ ପାଇଁ କେନ୍ଦ୍ର ସରକାର 2020 11ରେ ସର୍ଭେ କରିବା ନିମନ୍ତେ ପୂର୍ବତଟ ରେଳ ବିଭାଗକୁ ଅନୁମତି ଦେଇଥିଲେ ପ୍ରାଥମିକ ସର୍ଭେ ପରେ ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ଶୀତଳଭଣ୍ଡାର ରେ ପଡ଼ି ରହିଥିଲା ପ୍ରକଳ୍ପ କୁ ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ମହଲରେ ଦାବି ହୋଇଥିଲା ଗଞ୍ଜାମ କନ୍ଧମାଳ ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଆଇନଜୀବୀ ମାନେ ଏକଜୁଟ ହୋଇ କେନ୍ଦ୍ରୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରି ଜୋରଦାର୍ ଆନ୍ଦୋଳନ ଆରମ୍ଭ କରିଥିଲେ ଫଳରେ ଓରିଡିଏଲ ଜରିଆରେ ଫାଇନାଲ ଲୋକେସନ ସର୍ଭେ କରାଯାଇଛି ଏହି ପ୍ରକଳ୍ପ ପାଇଁ ପ୍ରାୟ 241କିମି ନୂତନ ରେଳ ଲାଇନ ବଛାଯିବ ବୋଲି ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା ରେଳ ଲାଇନ ଗଞ୍ଜାମ କନ୍ଧମାଳ ବୌଦ୍ଧ ଜିଲ୍ଲା ହୋଇ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲକୁ ସଂଯୋଗ କରିବ ବୋଲି ମୂଳ ମ୍ୟାପ୍ ରେ ପ୍ରସ୍ତାବ ରହିଥିଲା ପରେ ସେହି ନକ୍ସା ପରିବର୍ତ୍ତନ କରାଯାଇଥିଲା ପୂର୍ବତଟ ରେଳବାଇ ତରଫରୁ ଜାରି କରାଯାଇଥିବା ନୂଆ ମ୍ୟାପ୍ ରେ ଫୁଲବାଣୀ ସହରକୁ ପ୍ରକଳ୍ପରୁ ବାଦ ଦିଆଯାଇଥିଲା ସହରର ଜଟିଳ ଭୌଗୋଳିକ ଅବସ୍ଥିତ ଯୋଗୁଁ ରେଳ ଲାଇନ ବିଛାଇବାବରେ ସମସ୍ୟା ହେବା ଆଶଙ୍କା କରି ଏଭଳି ନିଷ୍ପତ୍ତି ନିଆଯାଇଥିଲା ଖର୍ଚ୍ଚ କାଟ୍ ପାଇଁ ଗୋପାଳପୁର ରେଢ଼ାଖୋଲ ରେଳ ଲାଇନ ବୌଦ୍ଧ ଜିଲ୍ଲାର ମାଧପୁର ନ ହେଲେ ନୟାଗଡ଼ ଜିଲ୍ଲାର କଙ୍କଣମେଣ୍ଡି ନିକଟରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସହିତ ମିଶାଇବାକୁ ପ୍ରସ୍ତାବ ରହିଥିଲା ବୌଦ୍ଧରୁ ନୂଆ ରେଳ ଲାଇନ୍ ତିଆରିକରି କଦଳୀଗଡ଼ରେ ୱାଇ ଲିଙ୍କ୍ ହୋଇ ବାମୁର ଓ ରେଢ଼ାଖୋଲ ପଟେ ଯିବ ବୋଲି ନିଷ୍ପତ୍ତି ହୋଇଥିବା ନେଇ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଆଇନଜୀବୀ ତଥା ସୂଚନା ଅଧିକାରୀ କର୍ମୀ ବି ଶାଙ୍କର ପାତ୍ରଙ୍କ ତଥ୍ୟରୁ ଜଣାପଡ଼ିଛି ଏହି ପ୍ରକଳ୍ପ ପୁରୁଣା ନକ୍ସାର ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରୁ ରେଳଲାଇନ୍ ଆରମ୍ଭ ହୋଇ ଜଗନ୍ନାଥପୁର ହିଞ୍ଜିଳିକାଟୁ ଆସିକା ଭଞ୍ଜନଗର ବଦାଙ୍ଗୀ ଚକାପାଦ ଜାଗରପେଟା ଫୁଲବାଣୀ ଲଖରପାଜୁ ସୁନାମୁଣ୍ଡା ମୁଣ୍ଡାପଡ଼ା ବୌଦ୍ଧ କଦଳୀଗଡ଼ ହୋଇ ରେଢ଼ାଖୋଲ ଛୁଇଁବ ବୋଲି ପ୍ରସ୍ତାବ ରହିଥିଲା କିନ୍ତୁ ନୂତନ ମ୍ୟାପ୍ ରେ ରେଳଲାଇନ୍ ବଦାଙ୍ଗୀ ରୁ ଅଭୟପୁର ଚକାପାଦ ରୂପାଝରି ଦେଇ ମାଧପୁର ନ ହେଲେ କାଙ୍କଣମେଣ୍ଡୀ କୁ ସଂଯୋଗ କରିବ ବୋଲି ପ୍ରସ୍ତାବ ରହିଥିଲା କିନ୍ତୁ ନୂତନ ମ୍ୟାପ୍ ରେ ରେଳଲାଇନ୍ ବଦାଙ୍ଗିରୁ ଅଭୟପୁର ଚକାପାଦ ରୁପାଝରି ଦେଇ ମାଧପୁର ନ ହେଲେ କାଙ୍କଣମେଣ୍ଡି କୁ ସଂଯୋଗ କରିବ ବୋଲି ପ୍ରସ୍ତାବ ରହିଥିଲା ନୂତନ ମ୍ୟାପ୍ ଅନୁସାରେ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହର ରେଳ ମାନଚିତ୍ରରୁ ବାଦ୍ ପଡ଼ିଥିଲା ଏହାକୁ ନେଇ ଫୁଲବାଣୀ ସଦରବାସୀ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଏଣୁ ଫୁଲବାଣୀକୁ ପୁଣିଥରେ ଏହି ପ୍ରକଳ୍ପ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ବାରମ୍ବାର ପ୍ରକଲ୍ପର ମ୍ୟାପ୍ ପରିବର୍ତ୍ତନ ହେବାରୁ ରେଳଲାଇନ୍ ତିଆରିବାରେ ବିଳମ୍ବ ହେଉଛି ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟିଦେଇ ଉଭୟ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାବାସୀଙ୍କ ସ୍ୱାର୍ଥ ନିମନ୍ତେ ତୁରନ୍ତ ପ୍ରକଳ୍ପ ଆରମ୍ଭ କରିବାକୁ ସୂଚନା ଅଧିକାର କର୍ମୀ ଶ୍ରୀ ପାତ୍ର ଦାବି କରିଛନ୍ତି