କନ୍ଧମାଳ ଜିଲ୍ଲା ତଥା ରାଜ୍ୟ ର ସମସ୍ତ ଜିଲ୍ଲା ରେ 62 ତମ 2024 ରେ ହୋମଗାର୍ଡ ଦିବସ ପାଳନ ହେଇଜାଛନ୍ତି l ସେହିପରି କନ୍ଧମାଳ ଜିଲ୍ଲା ର ସମସ୍ତ ଥାନା ରେ ଥିବା ଶୃଙ୍ଖଳିତ ହୋମଗାର୍ଡ କର୍ମକର୍ତ୍ତା ମାନଙ୍କୁ ନେଇଁ ପ୍ରଥମେ ପୋଲିସ ପଡ଼ିଆ ଠାରେ ହୋମଗାର୍ଡ ଆର୍ ଆଇ ବାଲୁଙ୍କେଶ୍ୱର କଚ୍ଛପ, ଜେନେରାଲ ଆର୍ ଆଇ ବିର୍ସିଂ ସବର ଙ୍କ ତତ୍ବାବଧନାରେ ଜିଲ୍ଲାର ସମସ୍ତ ଥାନାର ଶୃଙ୍ଖଳିତ ହୋମଗାର୍ଡ କର୍ମଚାରୀ ମାନ ଙ୍କୁ ନେଇଁ ପ୍ୟାରେଡ ଅଭିବାଦନ ଅନୁଷ୍ଟିତ କାର୍ଯ୍ୟକ୍ରମ ହେଇଯାଇଛି l
ଉକ୍ତ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ଶ୍ରୀ ଯୁକ୍ତ ହରିଶ୍ ବିସି, ଏବଂ ଅତିରିକ୍ତ ଜିଲ୍ଲା ଆରକ୍ଷୀକ ଅଧିକାରୀ ସ୍ନେହାସିସ ସାହୁ ଙ୍କ ଉପସ୍ଥିତିରେ ଅତି ସୁନ୍ଦର ଭାବେ ପ୍ୟାରେଡ ଅଭିବାଦନ ହେଇଯାଇଛି l ସେଷରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ତରଫରୁ ଅସହାୟ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି l କନ୍ଧମାଳ ଜିଲ୍ଲା ହୋମଗାର୍ଡ କର୍ମକର୍ତ୍ତା ପୂର୍ବ ଆଲୋଚନା କ୍ରମେ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ,ପ୍ଳାଟୁନ କମାଣ୍ଡର ତଥା କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ,ହୋମଗାର୍ଡ ସଂଘ ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦନା ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦନ , ହୋମଗାର୍ଡ ସଂଘ ପରାମର୍ଶ ଦାତା ସାମ୍ବାଦିକ କୁନା ଦିଗାଲ, ସଂଘ କର୍ମକର୍ତ୍ତା ଜୟନ୍ତୀ ଚୈଧୁରୀ ସାଫରିନ ଖାନ୍ ବିଶେଶ୍ୱର ସାହୁ , ଦିନବନ୍ଧୁ ଦିଗାଲ, ଦୈତାରି ଦିଗାଲ ନାଗାର୍ଜୁନ ବଳିୟାର ସିଂ,ସିମାଞଳ ମୂଖୀ,ନିମେୟୀ ଚରଣ କହଁର,ସରତ ରଣାଙ୍କ ଉପସ୍ଥିତରେ ମାଦିକୁନ୍ଦା ଜଗନ୍ନାଥ ମନ୍ଦିର ପରିସରରେ ଅସହାୟ ଭିକ୍ଷୁକ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳୁଛି। ଏପରି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ରେ ପ୍ରତ୍ୟେକ ବର୍ଷ ହୋମଗାର୍ଡ ସଂଘଠନ ତରଫରୁ ଜିଲ୍ଲା ର ଅନେକ ସ୍ତାନ ରେ ଏବଂ ଥାନା ଓ ମନ୍ଦିର ପ୍ରାଙ୍ଗଣରେ ସ୍ୱଛଭାରତ କାର୍ଯ୍ୟକ୍ରମ କରିବା ସହିତ ବୃକ୍ଷରୋପଣ ଏବଂ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥାନ୍ତି l କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ତରଫରୁ ଏଭଳି ମହୋତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କରାଯାଉଥିବାରୁ ସହର ବାସୀ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି ।