Author: NewsLaxmi7

ନୂଆଦିଲ୍ଲୀ: ଏସୟୁଭି ଆକାରର ସ୍ବଦେଶର ୱିଙ୍ଗ୍‌ ‌ରକେଟ୍‌ ଅ‌ାଜି ସଫଳତାର ସହ ଲଞ୍ଚ୍‌ ହୋଇଯାଇଛି।  ଆଜି ସକାଳେ କର୍ଣ୍ଣାଟକର ଏକ ରନୱେରେ ଅବତରଣ କରି ଦେଶର ପୁନବ୍ୟବହାର ଯୋଗ୍ୟ ରକେଟ୍ ବିଭାଗରେ ପ୍ରବେଶ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ଚିହ୍ନିତ କରିଛି।ପରୀକ୍ଷଣର ଏକ ଅଂଶ ଭାବରେ ବାୟୁସେନା ହେଲିକପ୍ଟରରୁ ଏହି ରକେଟକୁ ଛାଡି ଦିଆଯାଇଥିଲା। ପରୀକ୍ଷା ସରିବା ପରେ ଫଳାଫଳ ଉତ୍କୃଷ୍ଟ ଏବଂ ସଠିକ୍ ବୋଲି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1771019745523032133&lang=en&maxWidth=560px&origin=https%3A%2F%2Fsambad.in%2Findia-and-beyond%2Fwatch-indias-21st-century-pushpak-viman-successfully-launched-1135161%2F&sessionId=a14a816cf6a5844a64552557612f2ef151af4822&theme=light&widgetsVersion=2615f7e52b7e0%3A1702314776716&width=550px ପୁଷ୍ପକ ନାମକ ଏହି ଯାନର ଏହା ତୃତୀୟ ଉଡ଼ାଣ ଥିଲା। ପୁଷ୍ପକକୁ କାର୍ଯ୍ୟକ୍ଷମ ଭାବରେ ନିୟୋଜିତ କରିବାକୁ ଆହୁରି ଅନେକ ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଛି। ପୁଷ୍ପକ ଯାନ ଲଞ୍ଚ ହେଉଛି ଭାରତକୁ ଅଧିକ ସୁଲଭ ମୂଲ୍ୟରେ ପ୍ରବେଶ କରିବା ପାଇଁ ଏକ ଭଲ ପ୍ରୟାସ ବୋଲି ସୋମନାଥ ପୂର୍ବରୁ କହିଥିଲେ।

Read More

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ସାରାଦେଶରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣାର ଯଥେଷ୍ଟ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଗତ ୧୦ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ କ୍ରମାଗତ ତୃତୀୟ ଥର ବିଜୟୀ ହେବ ବୋଲି ଦୃଢ଼ ନିଶ୍ଚିତ। କେବଳ ଜିତିବ ନୁହେଁ, ଗତ ନିର୍ବାଚନ ଅପେକ୍ଷା ଏଥର ଅଧିକ ଆସନ ପାଇବ ବୋଲି ଆଶାବାଦୀ। ଏକାକୀ ବିଜେପି ୩୭୦ ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ ଦଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହାସହିତ ଏନ୍‌ଡିଏ ମେଣ୍ଟ ୪୦୦ ଆସନ ପାର କରିବ ବୋଲି ଅଂଶୀଦାର ଦଳଙ୍କୁ ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଲକ୍ଷ୍ୟ ହାସଲ ଲାଗି ତାଙ୍କ ଟିମ୍ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।୨୦୨୪ ନିର୍ବାଚନରେ ବିଜୟ ନେଇ ନିଶ୍ଚିତ ଥିବା ବିଜେପି ୩ଟି ପର୍ଯ୍ୟାୟ‌ର ଏହାର ପ୍ରାର୍ଥୀ…

Read More

ପାଟ୍‌ନା: ବିହାରର ସୁପୌଲରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଶ୍ରମିକ ଫସି ରହିଥିବା ରିପୋର୍ଟରୁ ପ୍ରକାଶ ପାଇଛି। କୋସି ନଦୀ ଉପରେ ନିର୍ମିତ ଏକ ନିର୍ମାଣାଧୀନ ପୋଲର ଏକ ସ୍ଲାବ ଭୁଶୁଡ଼ିବା ପରେ ଏହି ଘଟଣା ଘଟିଛି। ପରେ ଜିଲ୍ଲା ଅଧିକାରୀ ଜଣଙ୍କର ମୃତ୍ୟୁ ଏବଂ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପୋଲର ୫୦, ୫୧ ଓ ୫୨ଟି ସ୍ତମ୍ଭର ଘାଟି ଭୁଶୁଡ଼ି ପଡ଼ିଛି। ପୋଲ ତଳେ ୨୦ରୁ ଅଧିକ ଲୋକ ଫସି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠାରୁ ଲମ୍ବା ସଡ଼କ ସେତୁ । ୨୦୨୩ ଅଗଷ୍ଟ ସୁଦ୍ଧା ଏହି ସେତୁ ନିର୍ମାଣ…

Read More

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗତ ସଂଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗିରଫ ହୋଇଛନ୍ତି। ଏହି ଗିରଫକୁ ବିରୋଧ କରୁଛି ତାଙ୍କ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)। ଏହି ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ କହିଛି। କେଜ୍ରିୱାଲ୍‌ଙ୍କ ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା ଏବଂ ଏକଛତ୍ରବାଦୀ ଶାସନର ଘୋଷଣା ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି ଯେ ଯିଏ ବିଜେପିର ଏକଛତ୍ରବାଦୀ ଶାସନକୁ ବିରୋଧ କରୁଛି ସେ ଏହି ବିରୋଧରେ ଯୋଗଦେବା ଉଚିତ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କ ଘରେ ଖୋଜାଖୋଜି କରି ଗୁରୁବାର ସନ୍ଧ୍ୟାରେ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ତାଙ୍କୁ ଫେଡେରାଲ ଏଜେନ୍ସିର ମୁଖ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ…

Read More

ନୂଆପଡ଼ା:ଟ୍ରକକୁ ପଛରୁ ପିଟିଲା ଟ୍ରକ୍। ଧକ୍କା ହେବାପରେ ଜଳିଗଲା ପଛରେ ଥିବା ଟ୍ରକ୍। ଜିଅନ୍ତା ଜଳିଗଲେ ଡ୍ରାଇଭର। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା୍ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଗରେ ଥିବା ଟ୍ରକଟି ହଠାତ ବ୍ରେକ କରିଥିବା ବେଳେ ପଛରେ ଥିବା ଟ୍ରକଟି ଭରସାମ୍ୟ ହରାଇ ଆଗ ଟ୍ରକକୁ ଧକ୍କା ଦେଇଥିଲା। ଧକ୍କା ପରେ ଟ୍ରକରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା କରା ଯାଇଥିବା ବେଳେ ଷ୍ଟିଅରିଙ୍ଗ ଓ ସିଟରେ ଚାପି ହୋଇଥିବାରୁ ବାହାର କରାଯାଇ ପାରି ନଥିଲା। ଘଟଣାସ୍ଥଳରେ ସିନାପାଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇଥିଲେ ମଧ୍ୟ ଡ୍ରାଇଭରଙ୍କୁ ଜୀବନ୍ତ ଉଦ୍ଧାର କରି ପାରିନଥିଲେ। ଉଭୟ ଟ୍ରକ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡ଼ିଛି।

Read More

ମାଲକାନଗିରି: ସୀମାନ୍ତ ଗ୍ରାମଗୁଡିକରେ ବହୁ ସମସ୍ୟା ରହିଛି। ସୀମାନ୍ତ ଗ୍ରାମଗୁଡିକ ନକ୍ସଲ ପ୍ରବଣ ହୋଇଥିବାରୁ ସରକାରୀ ଯୋଜନା ସେଠାରେ ପହଞ୍ଚିପାରୁନାହିଁ।ଯାହାଫଳରେ ଲୋକେ ଅତି ଦୟନୀୟ ଜୀବନଯାପନ କରୁଛନ୍ତି। ଏଭଳି ଏକ ଗ୍ରାମ ହେଉଛି ମାଥିଲି ବ୍ଲକର ମହୁପଦର ପଞ୍ଚାୟତର ଦଣ୍ଡିପଦର ଗ୍ରାମ। ଏହି ଗ୍ରାମଟି ସୀମାନ୍ତ ଛତିଶଗଡକୁ ଲାଗି ରହିଛି। ଦଣ୍ଡିପଦର ଗ୍ରାମଟି ପାହାଡ଼ ଉପରେ ରହିଛି। ଏହି ଗ୍ରାମରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଦଣ୍ଡିପଦର ଗ୍ରାମକୁ ନକ୍ସଲ ସଂପୂର୍ଣ୍ଣ ନିଜ ଅକ୍ତିଆରରେ ରଖିଥିଲେ। ଏବେ ମହୁପଦର ଠାରେ ବିଏସଏଫ କ୍ୟାମ୍ପ ହେବା ପରେ ନକ୍ସଲଙ୍କ ଗତିବିଧି ଆଉ ଏହି ଗାଁରେ ନଥିବା କୁହାଯାଇଛି। କିନ୍ତୁ ଗ୍ରାମବାସୀଙ୍କ ପାଖରେ ଆଜି ବି ସରକାରୀ ମୌଳିକ ସୁବିଧା ପହଞ୍ଚିପାରୁ ନାହିଁ। ଗ୍ରାମରେ ରହିଥିବା ତିନୋଟି ନଳକୂପ ମଧ୍ୟରୁ ଦୁଇଟି ଅଚଳ ହୋଇ ପଡ଼ିଥିବା ବେଳେ ଅନ୍ୟଟିରେ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ଏହି ପାଣିକୁ ପିଇବା ପାଇଁ ବ୍ୟବହାର…

Read More

କଟକ: ନିଆଳି ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରଠାରୁ ସେଠି ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି ଡାକ୍ତର ପ୍ରମୋଦ ମଲ୍ଲିକ। କିନ୍ତୁ ୨୦୨୪ରେ ତାଙ୍କ ପାଇଁ ଦଳ ଭିତରୁ ଓ ବାହାରୁ ଚାଲେଞ୍ଜ ବଢ଼ିବାରେ ଲାଗିଛି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଢ଼ିଥିବା ଶକ୍ତି ପ୍ରମୋଦଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ କଂଗ୍ରେସର ଦୁଇ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନ୍‌ନ୍‌ଗୋ ଓ ପୂର୍ବତନ ବିଧାୟକ ରବି ମଲ୍ଲିକ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ହାତ ମିଳାଇବା ଘଟଣା ଏବେ ପ୍ରମୋଦଙ୍କ ନିଦ ହଜାଇଦେଇଛି। ଅନ୍ୟପଟେ ପ୍ରମୋଦଙ୍କୁ ହଟାଇ ବିଜେଡି ଟିକେଟ ହାତେଇବା ଯୋଜନାରେ ଦଳରେ ବି ଅନେକ ନେତା ପ୍ରମୋଦଙ୍କୁ ଅକଳରେ ପକାଇବା ପାଇଁ ଲାଗି ପଡିଛନ୍ତି। ନିଆଳି ନିର୍ବାଚନମଣ୍ଡଳୀ ୨୦୦୯ରେ ପୁନର୍ଗଠିତ ହେବା ସହ ଏସ୍‌ସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିଲା। ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଏଠାରୁ ପ୍ରମୋଦ ବିଜେଡି ପ୍ରାର୍ଥୀ ଭାବେ ଉଲ୍ଲେଖନୀୟ ଭୋଟ ବ୍ୟବଧାନରେ ବିଜୟୀ…

Read More

ଫୁଲବାଣୀ: ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବ କି ନାହିଁ ତାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ତେବେ ମେଣ୍ଟକୁ ନେଇ କନ୍ଧମାଳ ଜିଲ୍ଲାର ଉଭୟ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ଅସ୍ବାଭାବିକ ନିରବତା ଦେଖିବାକୁ ମିଳିଛି। ଉଭୟ ଦଳର କୌଣସି ନେତା ମୁହଁ ଖୋଲୁ ନଥିବାବେଳେ ଗତ ଦୁଇ ସପ୍ତାହରୁ ଅଧିକ ହେଲା ଉଭୟ ଦଳର ରାଜନୈତିକ ଓ ନିର୍ବାଚନୀ କାର୍ଯ୍ୟକ୍ରମ ବି ଠପ୍‌ ହୋଇଯାଇଛି। ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ତଥା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି, ମେଣ୍ଟ ନେଇ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେମାନେ ଗ୍ରହଣ କରିବେ। ସମାନ ଢଙ୍ଗରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି ବି ଉତ୍ତର ରଖିଛନ୍ତି। ଅନ୍ୟପଟେ, ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଲେ ଜିଲ୍ଲା ରାଜନୀତିରେ ଏହାର କ’ଣ ପ୍ରଭାବ ପଡ଼ିବ ତାକୁ ନେଇ ଉଭୟ ବିଜେପି…

Read More

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ହେଁ ଏଯାଏ ବିଜେଡିର ହୋର୍ଡିଂ, ପୋଷ୍ଟର, ଦଳୀୟ ଚିହ୍ନ, ବିଜେଡି ସଭାପତିଙ୍କ ଫଟୋ ଥିବା ସରକାରୀ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉନାହିଁ। ଏହା ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି। ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନିକଟରେ ଦାବି କରିଛି। ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ଯେ ଭୁବନେଶ୍ୱର ଓ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ଫଟୋ ଏବେବି ଲାଗିଛି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’, ‘ଆମ ଓଡ଼ିଶା ନୂଆ ଓଡ଼ିଶା’ ଲେଖା ଥିବା ବହୁ କଟ୍‌ଆଉଟ୍ ଓ…

Read More

ଝାରସୁଗୁଡ଼ା: ଗତ ଦୁଇଦଶନ୍ଧି ହେବ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ପ୍ରସଙ୍ଗର ସ୍ଥାନନେଇଛି ମହାନଦୀ। ଏବେ ମହାନଦୀ ସହିତ ହୋଇଥିବା ଅନ୍ୟାୟ ସମ୍ପର୍କରେ ବିରୋଧୀ ପଦୁଟିଏ କହୁ ନ ଥିବାବେଳେ ସରକାର ମଧ୍ୟ ଏହି ପ୍ରସଙ୍ଗରେ ଚୁପ୍‌ ରହିଛନ୍ତି। ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଶୁଖାସୋଢ଼ା ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ ହୋଇଥିବା ବେଳେ ଖରାଦିନ ପାଇଁ ଏଠାରେ ବି ଜଳଧାର ଶୁଖିବାକୁ ବସିଲାଣି। ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀର ତଣ୍ଟି ଚିପି ଦେଇଛି ଛତିଶଗଡ଼। ତଥାପି ବି ସମସ୍ତେ ଚୁପ୍‌। ତେବେ ଚଳିତ ନିର୍ବାଚନରେ ମହାନଦୀ ପୁଣିଥରେ ପ୍ରସଙ୍ଗ ହେବ ନା ପୂର୍ବବତ୍‌ ଥଣ୍ଡା ପଡ଼ିଯିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୮ ମେ’ ୧୬ ତାରିଖରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହି ଶୁଖାସୋଢ଼ାରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହିସ୍ଥାନରୁ ହିଁ ମହାନଦୀ ସୁରକ୍ଷା ଅଭିଯାନ ଘୋଷଣା କରିଥିଲେ। ଏହି ଅଭିଯାନ ଅନ୍ତର୍ଗତ ମହାନଦୀ ପ୍ରବାହିତ ହୋଇଥିବା ରାଜ୍ୟର ୧୫ଟି ଜିଲ୍ଲାର ୪୫ଟି…

Read More