Author: NewsLaxmi7

ନୂଆଦିଲ୍ଲୀ: ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ନିଯୁକ୍ତି ପାଇଁ ମୋଟ ୧୦୧୬ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି। ଏହି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ୟୁପିଏସସି ଦ୍ୱାରା ପ୍ରକାଶ ପାଇଛି। ୩୫୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଅସ୍ଥାୟୀ ଭାବରେ ରଖାଯାଇଛି । ପରୀକ୍ଷା ଫଳ କିପରି ଯାଞ୍ଚ କରିବେ :ପ୍ରଥମେ ଅଫିସିଆଲ୍ ୱେବସାଇଟ୍ – upsc.gov.in କୁ ଯାଆନ୍ତୁ ।ମେନ୍‌ପେଜରେ ଫଳାଫଳ ଲିଙ୍କକୁ ନେଭିଗେଟ୍ କରନ୍ତୁ ।ଏକ ନୂତନ ଟ୍ୟାବ୍ ଏକ ପିଡିଏଫ ଆକାରରେ ଖୋଲାଯିବ । ପିଡିଏଫରେ ଆପଣଙ୍କର ରୋଲ୍ ନମ୍ବର ଦେଖନ୍ତୁ।ପିଡିଏଫ୍ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତର ରେଫରେନ୍ସ ପାଇଁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ । ମୋଟ ୩୪୭ ସାଧାରଣ ପ୍ରାର୍ଥୀ,…

Read More

କେନ୍ଦୁଝର: କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ୨ ମୃତ, ଜଣେ ଗୁରୁତର। ଏକ ଦୋକାନ ନିକଟରେ ଛିଡ଼ା ହୋଇଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ମାଡ଼ିଯିବାରୁ ହୋଇଥିଲା ଦୁର୍ଘଟଣା। ଏକ ବାଇକକୁ ଧକ୍କା ଦେବାରୁ ବାଇକଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି। ପୁଲିସର ସୂଚନା ଅନୁଯାୟୀ ଗାଡ଼ିଟି ପ୍ରଥମେ ତାପସ ନାଏକ ନାମକ ଜଣେ କିନ୍ନରଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ବାଇକ ଉପରେ ମାଡ଼ି ଯାଇଥିଲା। ଏଥିରେ ବାଇକରେ ଥିବା ଲାଲମୋହନ ବେହେରାଙ୍କ ସମେତ ତାପସ ନାଏକଙ୍କ ମୃତ୍ୟୁ ହୋଇଛି। ବାଇକରେ ଥିବା ଅନ୍ୟ ଜଣେ ଆରୋହୀ ବାପି ବେହେରା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ସନ୍ଧ୍ୟା ହେବା ପରେ ବିଭିନ୍ନ ରାଜପଥରେ କିନ୍ନରମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିିଥିବାବେଳେ ସେମାନେ ବିଭିନ୍ନ ଗାଡ଼ି ମୋଟରକୁ…

Read More

ସିଡନୀ: ସିଡନୀରେ ଏକ ଛୁରାମାଡ଼ ଘଟଣାରେ ଜଣେ ବିଶପଙ୍କ ସହ ଅନେକ ଆହତ ହୋଇଛନ୍ତି। ବଣ୍ଡି ଅଞ୍ଚଳରେ ଥିବା ଏକ ମଲ୍‌ରେ ଛୁରି ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିବାର ତିନି ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ସିଡନୀର ସେଣ୍ଟ୍ରାଲ ବିଜନେସ ଡିଷ୍ଟ୍ରିକ୍ଟଠାରୁ ପ୍ରାୟ ୩୦ କିଲୋମିଟର ପଶ୍ଚିମରେ ଥିବା ୱାକଲିର ଏକ ଚର୍ଚ୍ଚରେ ଏହି ଘଟଣା ଘଟିଛି। ଖ୍ରାଏଷ୍ଟ ଦ ଗୁଡ୍ ସେଫାର୍ଡ ଚର୍ଚ୍ଚରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସର କହିବା ଅନୁସାରେ, ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ କାହାରି ଜୀବନ ପ୍ରତି ବିପଦ ନ ଥିବା କର୍ତ୍ତୃପକ୍ଷ କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ବିଶପ ପ୍ରବଚନ ଦେଉଥିବା ସମୟରେ ଆକ୍ରମଣକାରୀ ତାଙ୍କ ପାଖକୁ ଆସୁଛି। ଆକ୍ରମଣକାରୀ କଳା ରଙ୍ଗର ହୁଡି ପିନ୍ଧି…

Read More

ନୂଆଦିଲ୍ଲୀ: ଇସ୍ରାଏଲ ଉପ‌ରେ ଇରାନ ଅଭୂତପୂର୍ବ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଉପଯୁକ୍ତ ସମୟ ଓ ପଦ୍ଧତି ବାଛିବ। ଇରାନକୁ ଏହାର ଉପଯୁକ୍ତ ମୂଲ୍ୟ ଦେବାକୁ ପଡ଼ିବ। ଇସ୍ରାଏଲ ମନ୍ତ୍ରୀ ବେନି ଗାଣ୍ଟଜ୍ ଗତକାଲି ରାତିରେ ଏହା କହିଛନ୍ତି। ଏହାର ଜବାବରେ ଜାତିସଂଘରେ ଇରାନର ରାଷ୍ଟ୍ରଦୂତ କହିଛନ୍ତି ଯେ ଦମାସ୍କସରେ ଥିବା ଏହାର ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣର ଜବାବରେ ଆତ୍ମରକ୍ଷା ପାଇଁ ଇରାନ ନିଜର ଅଧିକାରକୁ ସାବ୍ୟସ୍ତ କରିଛି। ଏ ମାମଲାକୁ ଏଇଠି ଶେଷ ହେବାକୁ ଦିଆଯାଉ। ଯଦି ଇସ୍ରାଏଲ ସରକାର ଇରାନ ଉପରେ ପ୍ରତିଶୋଧ ନେବାକୁ ଯାଇ ଆଉ ଏକ ଭୁଲ କରନ୍ତି ଇରାନର ଜବାବ ଭୟଙ୍କର ହେବ। ଏହି ମାମଲାରେ ଭାରତ ଓ ଆମେରିକା ଇସ୍ରାଏଲକୁ ସଂଯମ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଜାତିସଂଘରେ ନିଯୁକ୍ତ ଇସ୍ରାଏଲର ପ୍ରତିନିଧି ଗିଲାଡ୍ ଏର୍ଡାନ୍ ସୁରକ୍ଷା ପରିଷଦକୁ ଇରାନ ଉପରେ ସମସ୍ତ…

Read More

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ୪ ଜଣ ଅବସରପ୍ରାପ୍ତ ବିଚାରପତି ଏବଂ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଏକ ଚିଠି ଲେଖିଛନ୍ତି। ‘ଯୋଜନାବଦ୍ଧ ଚାପ, ଭୁଲ ସୂଚନା ଓ ଅପମାନଜନକ ମନ୍ତବ୍ୟ ମାଧ୍ୟମରେ ନ୍ୟାୟପାଳିକାକୁ ନୀଚା ଦେଖାଇବା ପାଇଁ କେତେକ ଗୋଷ୍ଠୀଙ୍କ ପ୍ରୟାସ ବୃଦ୍ଧି ପାଉଥିବା’ ଦର୍ଶାଇ ସେମାନେ ଚିଠି‌ରେ ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଓ ବ୍ୟକ୍ତିଗତ ଫାଇଦାରୁ ପ୍ରେରିତ ଏହି ତତ୍ତ୍ୱମାନେ ଆମ ନ୍ୟାୟବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଆସ୍ଥାକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନେ ଆମ ଅଦାଲତ ଓ ବିଚାରପତିମାନଙ୍କର ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି କରି ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି। ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଦୀପକ ବର୍ମା, କ୍ରିଷ୍ଣା ମୁରାରି, ଦିନେଶ ମାହେଶ୍ୱରୀ ଓ ଏମ୍‌ଆର୍ ଶାହା ଏହି ଚିଠିରେ ଦସ୍ତଖତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ,…

Read More

ନୂଆଦିଲ୍ଲୀ: ୨୦୦୦ରୁ ୨୦୨୩ ମଧ୍ୟରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଅର୍ଥାତ୍‌ ଦେଶର ମୋଟ ଜଙ୍ଗଲର ୬ ପ୍ରତିଶତ ନଷ୍ଟ ହୋଇଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସର୍ବାଧିକ ଜଙ୍ଗଲ ଧ୍ବଂସ ହୋଇଥିବା ବେଳେ ନିଆଁ ଲାଗି ଜଙ୍ଗଲ ଧ୍ବଂସ ତାଲିକାରେ ଓଡ଼ିଶା ପ୍ରଥମରେ ରହିଛି। ଗ୍ଲୋବାଲ୍‌ ଫରେଷ୍ଟ ୱାଚ୍‌ (ଜିଏଫ୍‌ଡବ୍ଲୁ) ପକ୍ଷରୁ ଜିପିଏସ୍‌ ଟ୍ରାକିଂ ଓ ସାଟେଲାଇଟ୍‌ ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି। ରିପୋର୍ଟ ଅନୁସାରେ, ୨୦୦୨ରୁ ୨୦୨୩ ମଧ୍ୟରେ ଦେଶର ୪ଲକ୍ଷ ୧୪ହଜାର ହେକ୍ଟର ଆର୍ଦ୍ର ପ୍ରାଥମିକ ଜଙ୍ଗଲ ନଷ୍ଟ ହୋଇଛି। ୨୦୧୩ରୁ ୨୦୨୩ ମଧ୍ୟରେ ସର୍ବାଧିକ ପ୍ରାକୃତିକ ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଛି। ୨୦୧୭ରେ, ସର୍ବାଧିକ ୧ଲକ୍ଷ ୮୯ ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ୨୦୧୬ରେ ୧ଲକ୍ଷ ୭୫ ହଜାର ହେକ୍ଟର ଓ ୨୦୨୩ରେ ୧ଲକ୍ଷ ୪୪ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ୨୦୦୧ରୁ ୨୦୨୩ ମଧ୍ୟରେ ଯେତିକି ଜଙ୍ଗଲ ନଷ୍ଟ…

Read More

ନୂଆଦିଲ୍ଲୀ: ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ କରିଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟରୁ ଆଜି ତୁରନ୍ତ କୌଣସି ଆଶ୍ବସ୍ତି ମିଳିନାହିଁ। ଦୁଇ ସପ୍ତାହ ପରେ ଏପ୍ରିଲ ୨୯ରେ ଉକ୍ତ ମାମଲାର ଶୁଣାଣି କରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆଗୁଆ ଶୁଣାଣି କରିବାକୁ ମନା କରିବା ପରେ କେକ୍ରିୱାଲଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ବଢ଼ାଇ ଦେଇଛନ୍ତି। ଇଡି ରିମାଣ୍ଡ ଶେଷ ହେବା ପରଠାରୁ କେଜ୍ରିୱାଲ ତିହାର ଜେଲ୍‌ରେ ରହୁଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ କ୍ରେଜିୱାଲଙ୍କ ମାମଲାର ଶୁଣାଣି ବିଚାରପତି ସଂଜୀବ ଖାନ୍ନା ଏବଂ ବିଚାରପତି ଦୀପଙ୍କର ଦତ୍ତଙ୍କ ଅଦାଲତରେ ହୋଇଥିଲା। ଖଣ୍ଡପୀଠ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନୋଟିସ୍‌ ଜାରି କରି ଆସନ୍ତା ୨୪ ତାରିଖ ସୁଦ୍ଧା ଜବାବ ମାଗିଛନ୍ତି। କେଜ୍ରିୱାଲଙ୍କ ପକ୍ଷରୁ ମାମଲା ପରିଚାଳନା…

Read More

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରିରେ ସୁପ୍ରିମ୍‌କୋର୍ଟ ନିର୍ବାଚନୀ ବଣ୍ଡ୍‌କୁ ଅସିଦ୍ଧ ଘୋଷଣା କରିଥିଲେ। ଏହାର ଦୁଇ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନୀ ବଣ୍ଡ୍‌ ରଦ୍ଦ ହୋଇଛି। ଏହାର ଯେତେବେଳେ ବାସ୍ତବ ପ୍ରତିଫଳନ ଘଟିବ ସେତେବେଳେ ସମସ୍ତେ ଏଥିପାଇଁ ଅନୁତପ୍ତ ହେବେ, କାରଣ ଦେଶ କଳାଟଙ୍କା ଆଡ଼କୁ ସମ୍ପୂର୍ଣ୍ଣ ଭାବେ ଠେଲି ହୋଇଯିବ। ନିର୍ବାଚନୀ ବଣ୍ଡ୍‌ର ପ୍ରଚଳନକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଳାଟଙ୍କା ବିରୋଧରେ ଲଢ଼ିବାକୁ ହିଁ ତାଙ୍କ ସରକାର ଏହି ବ୍ୟବସ୍ଥା ଆରମ୍ଭ କରିଥିଲା। ଏହାଦ୍ବାରା ନିର୍ବାଚନ ପ୍ରଚାରରେ ବିନିଯୋଗ ହେଉଥିବା ଆୟ ବହିର୍ଭୂତ ଟଙ୍କା କିମ୍ବା ଅପରାଧିକ କାର୍ଯ୍ୟକଳାପରୁ ମିଳୁଥିବା ଟଙ୍କାର ସ୍ରୋତ ସମ୍ପର୍କରେ ଜଣାପଡ଼ୁଥିଲା। ଏହା ସତ୍ତ୍ବେ ସେ କୌଣସି ସମୟରେ କହିନାହାନ୍ତି ଯେ କଳାଟଙ୍କା କାରବାରର ମୂଳପୋଛ ଦିଗରେ ଏହି ବ୍ୟବସ୍ଥା ଅନ୍ତିମ ଅଟେ। ଏହା ଏକ କ୍ଷୁଦ୍ର ପଦକ୍ଷେପ…

Read More

ନୂଆଦିଲ୍ଲୀ/ମୁମ୍ବାଇ: ବଲିଉଡ୍‌ ଅ‌ଭିନେତା ସଲ୍‌ମାନ ଖାନ୍‌ଙ୍କ ବାନ୍ଦ୍ରା ସ୍ଥିତ ଘର ଉପରକୁ ରବିବାର ଭୋର ସମୟରେ ଚାରି ରାଉଣ୍ଡ ଗୁଳିମାଡ଼ ହୋଇଥିଲା। ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏହି ଗୁଳିମାଡ଼ କରିଥିବା ସ୍ପଷ୍ଟ ହୋଇଛି। ଆଜି ଏହି ଘଟଣାରେ ପୁଲିସ ଆକ୍ରମଣକାରୀଙ୍କ ସିସିଟିଭି ଫୁଟେଜ୍‌ ଓ ଫଟୋ ଜାରି କରିଛି। ଏହା ସହିତ ଏହି ଆକ୍ରମଣ ଯୋଜନା ଆମେରିକାରେ ହୋଇଛି ବୋଲି ସୂଚିତ କରିଛି। ଗତକାଲି ପୁଲିସ, ଆକ୍ରମଣକାରୀମାନେ ବ୍ୟବହାର କରିଥିବା ମୋଟରସାଇକଲକୁ ସଲ୍‌ମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟର କିଛି କିଲୋମିଟର ଦୂରରେ ଜବତ କରିଥିଲା। ଆଜି ଏହି ଆକ୍ରମଣ ଘଟଣାର କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରୁ ପରଦା ଉଠାଇବାରେ ସକ୍ଷମ ହୋଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ, ଏହି ଆକ୍ରମଣ ଯୋଜନା ଆମେରିକାରେ ହୋଇଥିଲା। ଆମେରିକାରେ ବର୍ତ୍ତମାନ ଲରେନ୍‌ସ ବିଷ୍ଣୋଇର ସାନ ଭାଇ ତଥା ‌ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଅନମୋଲ ବିଷ୍ଣୋଇ ରହୁଥିବା ଅନୁମାନ କରାଯାଉଛି। ସେ ଏହି…

Read More

ନୂଆଦିଲ୍ଲୀ: ମାଗଣା ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଭାବେ ଜଣା ଯାଉଥିବା ଟ୍ବିଟର (ଏକ୍ସ) ଆଉ ମାଗଣା ହୋଇ ରହିବ ନାହିଁ। ଖୁବ୍ ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ଚାର୍ଜ କରିବା ଆରମ୍ଭ କରିବ ଏକ୍ସ। ଏହାର ମାଲିକ ଏଲୋନ୍ ମସ୍କଙ୍କ ଅନୁଯାୟୀ, ଏକ୍ସରେ ଯୋଗ ଦେଉଥିବା ନୂତନ ଉପଭୋକ୍ତାଙ୍କୁ ଟ୍ୱିଟ୍, ରିଟ୍ବିଟ୍‌, ଲାଇକ୍, କମେଣ୍ଟ ଓ ବୁକ୍‌ମାର୍କ କରିବା ପାଇଁ ଛୋଟ ପରିମାଣର ଏକ ଦେୟ ଦେବାକୁ ପଡ଼ିବ। ଆହୁରିବ ବି ଉଲ୍ଲେଖ କରାଯାଇଛି ଯେ ସୋସିଆଲ ନେଟୱାର୍କରେ ପ୍ରବେଶ କରିବା ପାଇଁ ନୂତନ ଉପଭୋକ୍ତାଙ୍କୁ ବାର୍ଷିକ ଦେୟ ଦେବାକୁ ପଡ଼ିବ। ଏହି ନୀତି ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ ସକ୍ରିୟ ଥିଲା। ଏବେ ଏହାକୁ ଅନ୍ୟ ସମସ୍ତ ଦେଶରେ ଲାଗୁ କରାଯିବାର ଯୋଜନା ହେଉଛି। ଦୁର୍ନୀତି ହ୍ରାସ କରିବାରେ ଏହା ସହାୟ ହେବ ବୋଲି ବିଶ୍ବାସ କରାଯାଉଛି। ଏକ ଟୁଇଟର ଜବାବରେ ମସ୍କ କହିଛନ୍ତି, “ଦୁର୍ଭାଗ୍ୟବଶତଃ ଏହା ଆହୁରି ମଧ୍ୟ ପ୍ରକାଶ…

Read More