ଶନି ଦେବତାଙ୍କୁ ନ୍ୟାୟ ଏବଂ କର୍ମ ଫଳ ପ୍ରଦାନକର୍ତ୍ତା ବୋଲି କୁହାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବତା ଅସନ୍ତୁଷ୍ଟ ହେଲେ ଏହା ଯେକୌଣସି ବ୍ୟକ୍ତିଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ସେହିଭଳି ଶନି ଦେବତା ସନ୍ତୁଷ୍ଟ ହେଲେ ନହେଉଥିବା କାମ ମଧ୍ୟ ଅତି ସହଜରେ ହୋଇଯାଇଥାଏ । ଶନି ଦେବତାଙ୍କ କୃପା ନହେଲେ କୌଣସି କାମ ସଫଳ ହୋଇନଥାଏ । ବିବାହ, ସନ୍ତାନ ଏବଂ ଧନ ପ୍ରାପ୍ତି ମଧ୍ୟ ହୋଇନଥାଏ । ଶନି ଦେବତାଙ୍କ କୃପା ଯେଉଁ ବ୍ୟକ୍ତିଙ୍କ ଉପରେ ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ କୌଣସି ବାଧାବିଘ୍ନ ଆସିନଥାଏ ।
ଶନି ଦେବତାଙ୍କୁ ପ୍ରସନ୍ନ କରିବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଥିବା ସମସ୍ତ ଦଃଖ କଷ୍ଟ ଲାଘବ ହୋଇଥାଏ । କୁହାଯାଏ ଯେ, ଯଦି ଗ୍ରହମାନଙ୍କରେ କୌଣସି ପ୍ରକାରର କିଛି ବି ପରିବର୍ତ୍ତନ ହୋଇଥାଏ ତେବେ ତାର ସିଧାସଳଖ ପ୍ରଭାବ ରାଶି ଉପରେ ପଡିଥାଏ । ଯଦି କୌଣସି କାରଣରୁ ଜାତକରେ ଶନି ଦେବତା ରହିଥାନ୍ତି ତେବେ ସେହି ଜାତକର ବ୍ୟକ୍ତିଙ୍କ ଜୀବନରେ ଦୁଃଖ ବି ଆସିଥାଏ ଆଉ ସୁଖ ମଧ୍ୟ ଆସିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ବହୁତ ବଡ ରାଜଯୋଗ ହେବାକୁ ଯାଉଛି । ଯାହା ଫଳରେ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ । ଏହି ରାଜଯୋଗରୁ ୫ଟି ରାଶିର ବ୍ୟକ୍ତିଙ୍କୁ ସବୁଠୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଏହି ରାଶିର ବ୍ୟକ୍ତିଙ୍କୁ ସଫଳତା ମିଳିବ । କାର୍ଯ୍ୟାଳୟରେ ସହକର୍ମୀଙ୍କ ସଂପୂର୍ଣ୍ଣ ସାହାଯ୍ୟ ସହଯୋଗ ମିଳିବ । ଏହି ରାଶିର ମହିଳାମାନେ ଘର ପରିବାର ପାଇଁ ଜାରୁରୀ ଜିନିଷମାନ କିଣି ଆଣିବେ । ଧନ ଲାଭର ଯୋଗ ରହିଛି । ଧାର ଦେଇଥିବା ଟଙ୍କା ମଧ୍ୟ ଆପଣ ଫେରସ୍ତ ପାଇପାରିବେ ।
ନୂଆ ନିବେଶ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ହେବ । ବୈବାହିକ ଜୀବନ ସୁଖମୟ ରହିବ । ଏହି ରାଶିର ବ୍ୟକ୍ତି ନିଜ ଜୀବନସାଥୀ ଏବଂ ପିଲାଛୁଆମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ଲାଭ ବଢିବ । ମାତ୍ର ଅତ୍ୟଧିକ ଖର୍ଚ୍ଚରୁ ନିବୃତ୍ତ ରହିବା ଉଚିତ୍ । ତେବେ ଏହି ୫ଟି ରାଶି ହେଉଛି ବୃଷ, ତୁଳା, କୁମ୍ଭ, ମକର ଏବଂ ଧନୁ ।
Trending
- ନ୍ୟାୟପାଳିକାକୁ ନେଇ ମୋଦୀ-କଂଗ୍ରେସ ମୁହାଁମୁହିଁ
- ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ: ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ‘ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ’
- ଟିକେଟ୍ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା
- ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ବିଜେପି: ସଫଳ ହେବ ନା ବିଫଳତାକୁ ଦୋହରାଇବ?
- ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କିଏ? ନାମ ଘୋଷଣା କଲାନି ବିଜେଡି, କର୍ମୀଙ୍କ ଉତ୍କଣ୍ଠା ବଢ଼ୁଛି
- ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ
- ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ
Friday, March 29