ଭୁବନେଶ୍ୱର : ଆଧୁନିକ ଯୁଗରେ ମଣିଷ ଏତେ କାର୍ଯ୍ୟ ବ୍ୟସ୍ତ ଯେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଭୁଲି ଯାଇଥାଏ ନଚେତ ସମୟ ଅଭାବରୁ ସ୍ୱାସ୍ଥ୍ୟକୁ ଅଣଦେଖା କରିଥାଏ | ଏହିଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ | ଆମ ଘରେ ଏମିତି ଅନେକ ଜିନିଷ ଥାଏ ଯାହା ଜରିଆରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇପାରିବା | ସେଥିରୁ ଗୋଟିଏ ହେଲା ବୁଟ | ବୁଟ ସାଧାରଣତଃ ସମସ୍ତଙ୍କ ଘରେ ଉପଲବ୍ଧ | ବୁଟର ଅନେକ ଗୁଣ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକର | ବୁଟ ଓଜନ କମ କରିବାରେ ସହାୟକ ହୋଇଥାଏ | ବୁଟ କୋଲେଷ୍ଟ୍ରୋଲ ଲେଭଲ କମ କରିବାରେ ମଧ୍ୟ ସହାୟକ ହୋଇଥାଏ |
ବୁଟର କାନ କାନ ଫାଇଦା ଅଛି ଜାଣନ୍ତୁ :
• ବୁଟରେ ବହୁ ପରିମାଣରେ ପ୍ରୋଟିନ ରହିଛି | ବୁଟରେ ଫାଇବର ରହିଛି ଯାହା ସହଜରେ ହଜମ ମଧ୍ୟ ହୋଇଥାଏ |
• ଯେଉଁମାନଙ୍କୁ ନିଜ ଶକ୍ତି ବୃଦ୍ଧି କରିବାର ଥାଏ କିମ୍ବା ଯେଉଁମାନେ ଜିମ ଯାଉଥାନ୍ତି ସେମାନଙ୍କୁ ବୁଟ ଖାଇବାକୁ ପରାମର୍ଶ ଦିଆଯାଇଥାଏ |
• ଯଦି ଆପଣଙ୍କ ଓଜନ କମ ଅଛି ଏବଂ ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ଆପଣ ଗୁଡ ସହିତ ବୁଟ ମିଶାଇ ଖାଇପାରିବେ |
• ଅନେକ ଲୋକ ବୁଟ, କ୍ଷୀର ଓ ଗୁଡ ମିଶାଇ ଖାଇଥାନ୍ତି | ଏହାଦ୍ୱାରା ଓଜନ ବଢିବା ସହ ମାଂସପେଶୀ ମଧ୍ୟ ସୁଦୃଢ ହୋଇଥାଏ ଏବଂ ହାଡ ଶକ୍ତ ହୋଇଥାଏ |
• ବୁଟରେ ବହୁ ମାତ୍ରାରେ କ୍ୟାଲସିୟମ ରହିଛି ସେଥିପାଇଁ ଶିଶୁଙ୍କୁ ମଧ୍ୟ ବୁଟ ଦେବା ଉଚିତ | ବଢ଼ିଲା ଶିଶୁଙ୍କ ପାଇଁ ବୁଟ ଅତ୍ୟନ୍ତ ଉପାଦେୟ | ଏହା ବଢ଼ିଲା ଶିଶୁଙ୍କ ମଧ୍ୟରେ ଆବଶ୍ୟକୀୟ ପ୍ରୋଟିନ ଓ ଏନେର୍ଜି ପୁରା କରିଥାଏ |
• ସିଝା ବୁଟ କିମ୍ବା ଗଜା ବୁଟ ଅତ୍ୟନ୍ତ ହିତକର | ଏହାଦ୍ୱାରା ଏଞ୍ଜାଇମ୍ସ ମିଳିଥାଏ ଓ ସହଜରେ ହଜମ ମଧ୍ୟ ହୋଇଥାଏ |
• ବୁଟ ଶରୀରରେ ଥିବା ଅନାବଶ୍ୟକ ଜଳକୁ ହାର୍ଡ କରିଥାଏ | ଶ୍ୱାସ ରୋଗୀ, ଏଲର୍ଜୀ ଥିବା ରୋଗୀ, କିମ୍ବା ଯେଉଁମାନଙ୍କର ବହୁତ ସ୍ୱେଲିଙ୍ଗ ହୋଇଥାଏ ସେମାନେ ଅଟାରେ ବୁଟ ଅଟା ମିଶାଇ ଖାଇବା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ | ଏହାଦ୍ୱାରା ସ୍ୱେଲିଙ୍ଗ ମଧ୍ୟ କମିଯାଇଥାଏ |
• ବୁଟରେ ଆଇରନ ମଧ୍ୟ ରହିଛି | ବୁଟ ସହିତ ଗୁଡ ଖାଇଲେ ଆଇରନ ଶରୀରରେ ଆଇରନ ଅଭାବ ଦେଖା ଦେଇନଥାଏ |
• ବୁଟକୁ ଗୁଣ୍ଡ କରି ଅଟାରେ ମିଶାଇ ପ୍ରତିଦିନ ଖାଇଲେ ଓଜନ କେବେ ମଧ୍ୟ ବଢ଼ିନଥାଏ ବୋଲି କୁହାଯାଏ |
• ମଧୁମେହ ରୋଗୀଙ୍କ ପାଇଁ ସୁଗାର ଲେଭଲ ନିୟନ୍ତ୍ରଣ କରିବା ପାଇଁ ବୁଟ ଓ ବୁଟ ଅଟାରେ ତିଆରି ରୁଟି ଖାଇବାକୁ ପରାମର୍ଶ ଦିଆଯାଇଥାଏ |
Trending
- ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ
- ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ
- ପୁଣି ଅସନ୍ତୋଷ ଜାହିର୍ କଲେ ଖାରବେଳ: ‘ପ୍ରତାପଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରାଯାଉ’
- ଶଶୁରଙ୍କୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
Friday, March 29