ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଦିପାବଳୀରେ ମଧ୍ୟ ମା ଲକ୍ଷ୍ମୀଙ୍କ ଆଗମନ ପାଇଁ ମାସେ ପୂର୍ବରୁ ଲୋକେ ଘର ସଫା କରିବା ଆରମ୍ଭ କରି ଦେଇଥାନ୍ତି। ମା ଲକ୍ଷ୍ମୀ ନିଜ ଭକ୍ତଙ୍କଠୁ ପ୍ରସନ୍ନ ହୋଇ ତାଙ୍କୁ ଧନ ଏବଂ ବୈଭବ ବରଦାନ ଦେଇଥାନ୍ତି। ଏପରି କୁହାଯାଇଥାଏ ଯେ ଯେଉଁ ବ୍ୟକ୍ତିଠୁ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇନଥାନ୍ତି ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ଏପରି କିଛି ବିଶ୍ବାସ ରହିଛି ଯେ ଯେଉଁଥିରେ କୁହାଯାଇଛି ସନ୍ଧ୍ୟା କିମ୍ବା ରାତିରେ ଏହି କାମକୁ କରିବା ଦ୍ବାରା ମାଆ ଲକ୍ଷ୍ମୀ କୋପ ହୋଇଥାନ୍ତି। ଏଥିପାଇଁ ଆମେ ଏହି କାମ ଗୁଡ଼ିକ କରିବା ଅନୁଚିତ୍। ଆସନ୍ତୁ ଜାଣିବା ଏହି କାମଗୁଡ଼ିକ ବିଷୟରେ
୧. ଏପରି କୁହାଯାଇଥାଏ ଯେ ସନ୍ଧ୍ୟାରେ କିମ୍ବା ରାତିରେ କ୍ଷୀର କିମ୍ବା ଦହି କାହାକୁ ଦେବା ଅନୁଚିତ୍। ସନ୍ଧ୍ୟାରେ ଆପଣ ଏହା ବାହାରୁ କିଣି ଘରକୁ ଆଣି ପାରିବେ କିନ୍ତୁ ଏଗୁଡ଼ିକ ଘରୁ ବାହାରକୁ କାହାକୁ ଦେବେ ନାହିଁ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀ କୋପ ହୋଇଥାନ୍ତି।
୨. ଯେପରି ସକାଳେ ଘରେ ପୂଜା କରିବା ପୂର୍ବରୁ ସଫା କରାଯାଏ ସେହିପରି ସନ୍ଧ୍ୟାରେ ଘରେ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଝାଡ଼ୁ ଲଗାନ୍ତୁ। ଖାସ୍ କରି ମୁଖ୍ୟ ଦ୍ବାରକୁ ଅପରିଷ୍କାର ରଖନ୍ତୁ ନାହିଁ।
୩. ରାତିରେ ରୋଷେଇ ଘରେ ସଫା କରିବା ପରେ ଶୋଇବାକୁ ଯାଆନ୍ତୁ। ରାତିରେ ଘରେ ଅଇଁଠା ବାସନ ଜମା ଛାଡ଼ନ୍ତୁ ନାହିଁ। ରୋଷେଇ ଘର ପୂରାପୂରି ସଫା ରଖନ୍ତୁ।
୪.ମା ଲକ୍ଷ୍ମୀଙ୍କ କୃପାରୁ ହିଁ ଆମକୁ ଅନ୍ନ ପ୍ରାପ୍ତି ହୋଇଥାଏ। ଏଥିପାଇଁ କେବେ ବି ଅନ୍ନକୁ ଅନାଦର କରନ୍ତୁ ନାହିଁ। ଏହା ସହିତ କେବେ ବି ଖାଦ୍ୟ ନଷ୍ଟ କରିବା ଅନୁଚିତ୍। ଏହା ଦ୍ବାରା ମାଆ ଲକ୍ଷ୍ମୀ କୋପ ହୋଇଥାନ୍ତି। ଯାହା ଫଳରେ ଜୀବନରେ ଧନ ବୈଭବର ଅଭାବ ହୋଇଥାଏ।
୫. ଏହା ସହିତ ଏହା ବି କୁହାଯାଇଥାଏ ଯେ ଯେଉଁ ଘରେ ମହିଳାଙ୍କ ଅପମାନ ହୋଇଥାଏ ସେଠାରେ ମାଆ ଲକ୍ଷ୍ମୀ ବାସ କରିନଥାନ୍ତି। ଏଥିପାଇଁ ମହିଳାଙ୍କୁ ସବୁବେଳେ ସମ୍ମାନ କରିବା ଉଚିତ୍। ଏହା ବ଼୍ୟତୀତ ଘରେ ସନ୍ଧ୍ୟାରେ ମିଠା ପ୍ରସ୍ତୁତ କରି ମା ଲକ୍ଷ୍ମୀଙ୍କୁ ଭୋଗ ଲଗାଇବା ଉଚିତ୍।
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Thursday, March 28