କଟକ ୧୩/୦୯: ସହର ଅସଲି କିନ୍ତୁ ଜିନିଷ ସବୁ ନକଲି । ଖାଇବା ଜିନିଷ ଠାରୁ ଆରମ୍ଭ କରି ସର୍ପ, ସାବୁନ ସବୁ କିଛି ନକଲି । ଏମିତିକି ଘର ତିଆରି ଜିନିଷ ବି ନକଲି । ଏବେ ଏହି ନକଲି କାରବାରରେ ଯୋଡିହୋଇଛି ଆଉ ଏକ ନାଁ ।
ଯାହାକି ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ ଖୁଥିବା ନଜର ଆସିଛି । ତାହା ହେଉଛି ମେଡିସିନି । ସାଇରା-ଡି ଗ୍ୟାଷ୍ଟ୍ରିକ ମେଡିସିନ ନକଲି ହୋଇଥିବା ନେଇ ସନ୍ଦେହ । କଟକର ବିଭିନ୍ନ ସ୍ଥାନରୁ ସାଇରା ଡି ସାମ୍ପୁଲ ସଂଗ୍ରହ କରିଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ । ସୂଚନା ଥାଉକି ଗତ କିଛି ଦିନତଳେ ମେଡିସିନ ନକଲି ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ ।
ଆଜି ପୁଣିଥରେ ଚଢାଉ ପରେ ସାଇରା-ଡି ନକଲି ଥିବା ନେଇ ସ୍ପଷ୍ଟ ହୋଇଛି । ସୂଚନା ଥାଉକି ଗତ ଦୁଇ ବର୍ଷ ହେବ କଟକରେ ବେଧଡକ ବଢିବାରେ ଲାଗିଛି ନକଲି କାରବାର । ଚା, ତେଲ, ସସ, ଘିଅ ସହ ଅନେକ ଜିନିଷର ନକଲି କାରବାର ନେଇ ଅଭିୋଯଗ ହୋଇଆସୁଛି ।