ଭୁବନେଶ୍ୱର : ହିନ୍ଦୁ ଧର୍ମରେ ମନ୍ତ୍ରର ଅନେକ ମହତ୍ୱ ରହିଛି | ଧାର୍ମିକ ବିଶ୍ୱାସ ଅନୁଯାୟୀ, ମନ୍ତ୍ରରେ ବହୁତ ଶକ୍ତି ରହିଛି | ପ୍ରତ୍ୟେକ ମନ୍ତ୍ର ଦ୍ୱାରା ଭିନ୍ନ ଭିନ୍ନ ପ୍ରଭାବ ଓ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ | ମନ୍ତ୍ର ଜପ କରିବାକୁ ମାଳା ପ୍ରୟୋଗ କରାଯାଇଥାଏ | କିନ୍ତୁ ମନ୍ତ୍ର ଜପ ପାଇଁ ମାଳା କାହିଁକି ପ୍ରୟୋଗ କରାଯାଏ ଜାଣିଛନ୍ତି କି ? ମନ୍ତ୍ର ଜପ ସଂଖ୍ୟାରେ କୌଣସି ଭୁଲ ନ ହେଉ ବୋଲି ମାଳା ପ୍ରୟୋଗ କରାଯାଏ | ସାଧାରଣତଃ ମାଳାରେ ୧୦୮ ବିଡ୍ ଥାଏ | ୨୭ ବିଡ୍, ୫୪ ବିଡ୍ ବିଶିଷ୍ଟ ମାଳା ମଧ୍ୟ ଥାଏ | ମାଳା ପ୍ରୟୋଗ ନିୟମ :
• ମାଳାର ଗୋଟିଏ ବିଡ୍ ପରେ ଏକ ଗଣ୍ଠି ରହିବ ଉଚିତ | ମାଳା ସର୍ବଦା ବ୍ୟକ୍ତିଗତ ହେବା ଉଚିତ | ଅନ୍ୟ କାହାର ମାଳା ପ୍ରୟୋଗ କରିବା ଉଚିତ ନୁହେଁ |
• ମନ୍ତ୍ର ଜପ କରିବା ପୂର୍ବରୁ ହାତରେ ମାଳା ଧରି ପ୍ରାର୍ଥନା କରିବା ଉଚିତ ଯେ ମନ୍ତ୍ର ଜପ ସଫଳ ହେଉ |
• ମନ୍ତ୍ର ଜପ ସମୟରେ ତର୍ଜନୀ ଆଙ୍ଗୁଠିରେ ମାଳାକୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ସୁମେରୁ ଉଲଙ୍ଘନ କରିବା ଉଚିତ ନୁହେଁ |
• ମନ୍ତ୍ର ଜପ ସମୟରେ ମାଳା କୌଣସି ବସ୍ତ୍ର ଦ୍ୱାରା ଘୋଡେଇ ହୋଇ ରହିବା ଉଚିତ କିମ୍ବା ଗୋମୁଖରେ ରହିବା ଉଚିତ | ଯେଉଁ ମାଳାରେ ମନ୍ତ୍ର ଜପ କରୁଛନ୍ତି ତାକୁ ଧାରଣ କରିବା ଅନୁଚିତ |
ରୁଦ୍ରାକ୍ଷ ମାଳା – ଅଧିକାଂଶ ମନ୍ତ୍ର ଜପ ରୁଦ୍ରାକ୍ଷ ମାଳାରେ କରାଯାଏ | ମହାମୃତ୍ୟୁଞ୍ଜୟ ଓ ଲଘୁମୃତ୍ୟୁଞ୍ଜୟ ମନ୍ତ୍ର କେବଳ ରୁଦ୍ରାକ୍ଷରେ କରିବା ଉଚିତ |
ସ୍ପଟିକ ମାଳା – ମା ସରସ୍ବତୀ ଓ ମା ଲକ୍ଷ୍ମୀଙ୍କ ମନ୍ତ୍ର ସ୍ପଟିକ ମାଳା ଦ୍ୱାରା ଜପ କରିବା ଉତ୍ତମ ବୋଲି କୁହାଯାଏ |
ହଳଦୀ ମାଳା – ବୃହସ୍ପତି ଦେବ ଓ ମା ବଗଳାମୁଖୀଙ୍କ ମନ୍ତ୍ର ପାଇଁ ହଳଦୀ ମାଳା ପ୍ରୟୋଗ କରାଯାଇଥାଏ | ଜ୍ଞାନ ଓ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ହଳଦୀ ମାଳା ପ୍ରୟୋଗ କରାଯାଏ |
ଚନ୍ଦନ ମାଳା – ମନ୍ତ୍ର ଜପ ପାଇଁ ଦୁଇ ପ୍ରକାର ଚନ୍ଦନ ମାଳା ପ୍ରୟୋଗ କରାଯାଇଥାଏ, ଲାଲ ଚନ୍ଦନ ଓ ଶ୍ୱେତ ଚନ୍ଦନ | ଦେବୀଙ୍କ ମନ୍ତ୍ର ଜପ ଲାଲ ଚନ୍ଦନ ମାଳାରେ ଓ ଭଗବାନ କୃଷ୍ଣଙ୍କ ମନ୍ତ୍ର ଶ୍ୱେତ ଚନ୍ଦନ ମାଳାରେ କରାଯାଏ |
ତୁଳସୀ ମାଳା – ଭଗବାନ ବିଷ୍ଣୁ ଏବଂ ତାଙ୍କ ଅବତାରଙ୍କ ମନ୍ତ୍ର ଜପ ତୁଳସୀ ମାଳାରେ କରାଯାଏ | ଏହି ମାଳା ଧାରଣ କଲେ ବୈଷ୍ଣବ ପରମ୍ପରା ପାଳନ କରିବା ଉଚିତ | ତୁଳସୀ ମାଳାରେ କଦାପି ଦେବୀ କିମ୍ବା ଭଗବାନ ଶିବଙ୍କ ମନ୍ତ୍ର ଜପ କରିବା ଉଚିତ ନୁହେଁ |
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Friday, April 19