ହିନ୍ଦୁ ଧର୍ମରେ ସପ୍ତାହରେ ସବୁ ଦିନ କୌଣସି ନା କୌଣସି ବିଶେଷ ଦେବତାଙ୍କୁ ସମର୍ପିତ ହୋଇଥାଏ ଏବଂ ସେହି ଦିନ ବିଶେଷ ପୂଜା ଅର୍ଚ୍ଚନା କରିବା ଦ୍ବାରା ଦେବତାମାନେ ପ୍ରସନ୍ନ ହୋଇଥାନ୍ତି। ସେହିପରି ମଙ୍ଗଳବାର ହନୁମାନଙ୍କ ଦିନ ବୋଲି କୁହାଯାଇଥାଏ। କୁହାଯାଇଥାଏ ଯେ ମଙ୍ଗଳବାର ଦିନ ବ୍ରତ ରଖିବା ଦ୍ବାରା ମଙ୍ଗଳଦାୟକ ଫଳାଫଳ ମିଳିଥାଏ। ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ଦ୍ବାରା ବଡ଼ ବଡ଼ ସଙ୍କଟ ଦୂର ହୋଇ ଯାଇଥାଏ।
ଯୋଗ ସାଧନାରେ ମଧ୍ୟ ମଙ୍ଗଳବାର ଦିନର ଅତ୍ୟନ୍ତ ମହତ୍ତ୍ବ ରହିଛି। କେତେକ କାର୍ଯ୍ୟ ଏପରି ରହିଛି ଯେଉଁଗୁଡ଼ିକ ଭୁଲରେ ବି ମଙ୍ଗଳବାର କରିବା ଅନୁଚିତ୍। ତେବେ ଆସନ୍ତୁ ଜାଣିବା ଏପରି କେଉଁ କାମ ମଙ୍ଗଳବାର କରିବା ଅନୁଚିତ୍।
• ମଙ୍ଗଳବାର କେଶ କାଟିବା ଅନୁଚିତ୍। ଏହି ଦିନ ନଖ କାଟିବା ମଧ୍ୟ ଅନୁଚିତ୍।
• ମଙ୍ଗଳବାର ଦିନ ସାଂସାରିକ ଭୋଗ ପାଇଁ ଖରାପ ଦିନ କୁହାଯାଇଥାଏ। ଏଥିପାଇଁ ଏହି ଦିନ ଏପରି କୌଣସି କାମ କରିବା ଅନୁଚିତ୍। ଏହି ଦିନ ଶାରିରୀକ ସମ୍ପର୍କ ରଖନ୍ତୁ ନାହିଁ ଏବଂ ହନୁମାନଙ୍କୁ ଉପାସନା କରନ୍ତୁ।
• ମଙ୍ଗଳବାର ଦିନ ଘିଅ କିମ୍ବା ଲୁଣ ସେବନ କରିବା ଅନୁଚିତ୍। ଯଦି ଅସମ୍ଭବ ତେବେ ଅତି କମ୍ ପରିମାଣରେ ଏହାକୁ ଖାଆନ୍ତୁ।
• ମଙ୍ଗଳବାର ସବୁଠୁ ଅଧିକ ପାପ ମାଂସ ଖାଇଲେ ଲାଗିଥାଏ। ଏହି ଦିନ ମାଂସାହାର କରନ୍ତୁ ନାହିଁ କି ମଦ ପିଅନ୍ତୁ ନାହିଁ।
• ମଙ୍ଗଳବାର ଦିନ କାହାକୁ କରଜ ଦିଅନ୍ତୁ ନାହିଁ କି କାହାଠୁ କରଜ ନିଅନ୍ତୁ ନାହିଁ।
ମଙ୍ଗଳବାର କରନ୍ତୁ ଏସବୁ କାମ :
• ଏହି ଦିନ ଲାଲ ଚନ୍ଦନ,ଚାମେଲି କିମ୍ବା ଚାମେଲି ତେଲ ମିଶ୍ରିତ ତିଳକ ଲଗାଇବା ଲାଭଦାୟକ ହୋଇଥାଏ। ହନୁମାନଙ୍କୁ ବୁନ୍ଦି,ପୁଆ ଏବଂ ଚଣା ଚଢ଼ାଇବା ଦ୍ବାରା ଲାଭ ମିଳିଥାଏ।
• ମଙ୍ଗଳବାର ବ୍ରହ୍ମଚର୍ଯ୍ୟ ଦିନ ବୋଲି କୁହାଯାଇଥାଏ। ଆପଣ ସନ୍ନ୍ୟାସୀ ହୁଅନ୍ତୁ କିମ୍ବା ଗୃହସ୍ଥ,ମଙ୍ଗଳବାର ଦିନ ନିଶ୍ଚୟ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ। ଏହାର ବହୁତ ଲାଭ ମିଳିବ।
• ମଙ୍ଗଳବାର ଦିନ ଦକ୍ଷିଣ,ପୂର୍ବ,ଆଗ୍ନେୟ ଦିଗରେ ଯାତ୍ରା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ଶସ୍ତ୍ର,ଗ୍ୟାସ୍,ତେଲ,ଏନର୍ଜି,ମୋକଦ୍ଦମା ଏବଂ ବିବାହ ସମ୍ବନ୍ଧୀୟ କାର୍ଯ୍ୟ ଆରମ୍ଭ କରିବା ଶୁଭ ହୋଇଥାଏ।
• ମଙ୍ଗଳବାର ଦିନ ବିଜୁଳି,ଅଗ୍ନି,ଇଲେକ୍ଟ୍ରିକାଲ,ମେକାନିକାଲ୍,ଧାତୁ ସମ୍ବନ୍ଧୀୟ କାମ ଆରମ୍ଭ କରିବାର ବହୁତ ଫାଇଦା ମିଳିବ।
• ଯଦି ଆପଣ କାହାଠୁ ଧନ ନେଇଛନ୍ତି ତେବେ ତାଙ୍କୁ ମଙ୍ଗଳବାର ଧନ ଫେରାନ୍ତୁ ତେବେ ଆପଣଙ୍କୁ କାହାଠୁ ଧନ ନେବାର ଆବଶ୍ୟକତା ପଡ଼ିବ ନାହିଁ।
• ମଙ୍ଗଳବାର ଦିନ ହନୁମାନଙ୍କୁ ନଡ଼ିଆ,ସିନ୍ଦୂର,ଚାମେଲି ତେଲ,କେତକୀ ଅତର,ଗୋଲାପ ମାଳା,ପାନପତ୍ର ଏବଂ ଗୁଡ଼ ଦିଅନ୍ତୁ।
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Thursday, March 28