ଇନ୍ଦୋର ୦୪।୧୦ : ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ । ଭାରତ ୨-୦ରେ ସିରିଜ ଜିତିଥିଲେ ସୁଦ୍ଧା ଆଜିର ମ୍ୟାଚକୁ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ନିଜର ସମ୍ମାନ ରକ୍ଷା କରିବା ପାଇଁ ମ୍ୟାଚ ଖେଳିବ ।
ତେବେ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ରେ ପ୍ରଥମ ମ୍ୟାଚ୍କୁ ଦମ୍ଦାର ପ୍ରଦର୍ଶନ ଜରିଆରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ପରେ ଦ୍ବିତୀୟ ମ୍ୟାଚରେ ଦେଖିବାକୁ ମିଳିଥିଲା ହାଇସ୍କୋରିଂ ଗେମ୍ । କିନ୍ତୁ ଶେଷରେ ଭାରତ ୧୬ ରନ୍ ରେ ମ୍ୟାଚ ଜିତି ସିରିଜକୁ ଆଗୁଆ କବ୍ଜା କରିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କେବେ ବି ଘରୋଇ ମାଟିରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିନଥିଲା। ଏବେ ଭାରତୀୟ ଦଳର ନଜର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଉପରେ ରହିଛି। ଏହିକ୍ରମରେ ବୁଧବାର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ ଇଣ୍ଡିଆ। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ଏକ ବିଶ୍ବକପ୍ ଖେଳିବାକୁ ଯାଉଥିବାରୁ ଏଥର ବଡ଼ ଆଶା ରହିଛି। କିନ୍ତୁ ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜୋରଦାର ଝଟ୍କା । ଆହତ ଜନିତ ସମସ୍ୟା ଲାଗି ଟିମ୍ର ଦ୍ରୁତ ବୋଲର ଜଶ୍ପ୍ରୀତ୍ ବୁମ୍ରାହ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ମହମ୍ମଦ ସିରାଜ ଏବଂ ମହମ୍ମଦ ସାମି ଅଷ୍ଟ୍ରେଲିଆ ଯିବେ ।
ତେବେ ୨୦୦୭ରେ ଖେଳାଯାଇଥିବା ପ୍ରଥମ ବିଶ୍ୱକପ୍ ଟ୍ରଫିକୁ ହାତେଇଥିଲେ ଟିମ୍ ଇଣ୍ଡିଆ । ଏହାପରଠାରୁ ଆଉ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିନାହିଁ । ଦୀର୍ଘ ୧୫ ବର୍ଷ ହେଲା ଟ୍ରଫି ଜିତିବାରେ ସଫଳ ହୋଇନାହିଁ ଟିମ୍ ଇଣ୍ଡିଆ ।