ଭଗବାନଙ୍କୁ ତିନୋଟି ସ୍ୱରୂପରେ ବର୍ଣ୍ଣନା କରାଯାଇଛି। ଏହିଗୁଡିକ ହେଲା ବ୍ରହ୍ମା, ବିଷ୍ଣୁ ଓ ମହେଶ। ବ୍ରହ୍ମା ସୃଷ୍ଟିର ସଂରଚନା କରିଛନ୍ତି, ବିଷ୍ଣୁ ପାଳନ ଓ ମହେଶ ଅର୍ଥାତ ମହାଦେବ ଶିବ ସୃଷ୍ଟିର ବିନାଶ କରନ୍ତି। ବଷ୍ଣୁର ଆକ୍ଷରିକ ଅର୍ଥ ହେଉଛି ଯାହା ସବୁରେ ବ୍ୟାପ୍ତ ତାହାହିଁ ବିଷ୍ଣୁ। ବିଷ୍ଣୁଙ୍କ ସ୍ୱରୂପ ଚତୁର୍ଭୁଜ। ଦୁଇ ହାତରେ ଶଙ୍ଖ ଓ ପଦ୍ମଫୁଲ ଶୋଭିତ ହେଉଥିବା ବେଳେ ଦୁଇ ହାତରେ ଗଦା ଓ ଚକ୍ର ଭଳି ଦୁଇଟି ଅସ୍ତ୍ର ଥାଏ। ସବୁଠୁ ଶାନ୍ତ ପ୍ରକୃତିର ଦେବତା ହୋଇଥିବାରୁ ତାଙ୍କୁ ଶାନ୍ତାକାରଂ କୁହାଯାଏ। ବିଷ୍ଣୁଙ୍କ ରଙ୍ଗ ଆକାଶ ଭଳି ଏଣୁ ତାଙ୍କୁ ମେଘବର୍ଣ୍ଣ ବୋଲି ବି କୁହାଯାଏ। ଲକ୍ଷ୍ମୀ ତାଙ୍କର ପତ୍ନୀ, ସେହିଁ ସର୍ବ ଭୟ ହରଣ କରନ୍ତି ଓ ସବୁ ଲୋକର ସ୍ୱାମୀ ବୋଲି କୁହାଯାଏ।
ତେବେ ଏମିତିରେ ତାଙ୍କୁ ଶ୍ରେଷ୍ଠ ବୋଲି କୁହାଯାଇନି। ପୁରାଣ ମାନ୍ୟତା ଅନୁସାରେ ଭୃଗୁ ଋଷି ବିଷ୍ଣୁଙ୍କୁ ୩ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ଘୋଷଣା କରିଛନ୍ତି। କୁହାଯାଏ ଥରେ ଭୃଗୁ ଋଷି ୩ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ତାହା ଜାଣିବା ଲାଗି ପ୍ରଥମ ଦେବ ଦେବ ମହାଦେବଙ୍କ ନିକଟକୁ ଗଲେ। ସେତେବେଳେ ମାତା ସତୀଙ୍କ ସହ ମହାଦେବ ଥିଲେ। ଏଣୁ ରୁଦ୍ରଗଣ ଶିବଙ୍କ ସହ ତାଙ୍କର ଭେଟ ହୋଇ ପାରିବ ନାହିଁ ବୋଲି କହିଲେ। ଏଣୁ ଭୃଗୁ ବ୍ରହ୍ମାଙ୍କ ନିକଟକୁ ପ୍ରସ୍ଥାନ କଲେ। ସେତେବେଳେ ବ୍ରହ୍ମା ଦେବତାଙ୍କ ସହ ଦରବାରରେ ଥିଲେ। ଏଣୁ ଏହି ସମୟରେ ବ୍ରହ୍ମା କାହାରିକୁ ସାକ୍ଷାତ କରନ୍ତି ନାହିଁ ବୋଲି ଜାଣି ସେଠାରୁ ସିଧା ବିଷ୍ଣୁଲୋକକୁ ଯାତ୍ରା କରିଥିଲେ। ଭୃଗୁଙ୍କ ଅଚାନକ ଆଗମନ ସମ୍ପର୍କରେ ଭଗବାନ ବିଷ୍ଣୁଙ୍କୁ ଜାଣି ନଥିଲେ। ଏଣୁ ଶୟନ କରିଥିଲେ। ଏହାକୁ ଭୃଗୁ ତାଙ୍କର ଅପମାନ ଭାବି ବିଷ୍ଣୁଙ୍କ ଛାତିରେ ପଦାଘାତ କରିଥିଲେ।
ଏଥିରେ ବିଷ୍ଣୁଙ୍କ ନିଦ୍ରା ଭଗ୍ନ ହୋଇଥିଲା। ହେଲେ ଏଥିରେ ସେ ସାମାନ୍ୟତମ କ୍ରୋଧିତ ହେବା ଦୂରର କଥା ଓଲଟି ଭୃଗୁଙ୍କୁ ପଚାରିଲେ ମହର୍ଷି ଆପଣଙ୍କୁ ଆଘତ ଲାଗିନିତ ? ମୋ ହୃଦୟ କଠୋର ବୋଲି ସମସ୍ତେ କୁହନ୍ତି। ଋଷିଙ୍କ ଗୋଡ ଧରି ଆଉଁସି ଦେବା ସହ ତାଙ୍କର ସତ୍କାର କରିଥିଲେ। ଏଣୁ ଭୃଗୁ ଋଷି ଭଗବାନ ବିଷ୍ଣୁଙ୍କୁ ଶ୍ରେଷ୍ଠଦେବତା ବୋଲି ଘୋଷଣା କରିଥିଲେ।
Trending
- ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ବିଜେପି: ସଫଳ ହେବ ନା ବିଫଳତାକୁ ଦୋହରାଇବ?
- ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କିଏ? ନାମ ଘୋଷଣା କଲାନି ବିଜେଡି, କର୍ମୀଙ୍କ ଉତ୍କଣ୍ଠା ବଢ଼ୁଛି
- ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ
- ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ
- ପୁଣି ଅସନ୍ତୋଷ ଜାହିର୍ କଲେ ଖାରବେଳ: ‘ପ୍ରତାପଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରାଯାଉ’
- ଶଶୁରଙ୍କୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
Friday, March 29