କୌଣସି ଧାର୍ମିକ ବିଧିବିଧାନ ହେଉ ଅଥବା ସଂସ୍କାରରେ ବାଉଁଶ କେଉଁଠାରେ ବି ଜଳାଇବା କାର୍ଯ୍ୟରେ ଆସେନି। ଯଦିଓ ମଣିଷର ମୃତ୍ୟୁରେ ତାକୁ ବାଉଁଶ କୋକେଇରେ ନେବାର ବିଧି ରହିଛି ହେଲେ ହିନ୍ଦୁ ଧର୍ମରେ ଦାହ କାର୍ଯ୍ୟରେ କାଠ ବ୍ୟତୀତ ବାଉଁଶର ଉପଯୋଗ ସମ୍ପୂର୍ଣ୍ଣ ବର୍ଜିତ। ହଜାର ହଜାର ବର୍ଷର ଭାରତୀୟ ଧାର୍ମିକ ସଂସ୍କୃତିରେ ଥିବା ବିଧିବିଧାନରେ ବାଉଁଶକୁ ବର୍ଜିତ ରଖା ଯାଇଛି। ତେବେ କେବଳ ଧାର୍ମିକ କାର୍ଯ୍ୟ ଲାଗି ନା ଏହା ପଛରେ ଅନ୍ୟ ବୈଜ୍ଞାନିକ କାରଣ ରହିଛି ସେ ସମ୍ପର୍କରେ ଆସନ୍ତୁ ଜାଣିବା।
ବାଉଁଶକୁ ଭାରତୀୟ ଧର୍ମ ଶାସ୍ତ୍ରରେ ଜଳେଇବା ନିଷିଧ। ହୋମ ହେଉ କି ଯଜ୍ଞ ଏଥିରେ ବିଭିନ୍ନ କାଠର ଉପଯୋଗ ହୁଏ ହେଲେ ସୁଖିଲା ଥିଲେ ବି ବାଉଁଶକୁ ଏ ସବୁ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏନି। ସେହିପରି ମଣିଷର ମୃତ୍ୟୁରେ ବାଉଁଶକୁ କୋକେଇ କରି ବୋହିନେବାର ବିଧି ରହିଛି। କିନ୍ତୁ ଶ୍ମଶାନରେ କାଠ ବ୍ୟତୀତ ଶବ ପୋଡିବାରେ ବାଉଁଶକୁ କେବେବି ବ୍ୟବହାର କରନ୍ତିନି। ହିନ୍ଦୁ ଧାର୍ମିକ ନିୟମରେ ବାଉଁଶ ଜଳାଇଲେ ଲୋକଙ୍କୁ ପିତୃ ଦୋଷ ଲାଗିଥାଏ ବୋଲି ମାନ୍ୟତା ରହିଛି। ଏଣୁ ଲୋକେ ଦୋଷ ଲାଗିବା ଭୟରେ ବାଉଁଶ ଜଳାନ୍ତିନି। ତେବେ ଏହାର ବୈଜ୍ଞାନିକ କାରଣ ବି ରହିଛି। ତାହା ହେଉଛି ବାଉଁଶରେ ଉପସ୍ଥିତ ଥିବା ଲିଡ। ବାଉଁଶ ଜଳିଲେ ସେଥିରୁ ଲିଡ ଅକ୍ସାଇଡ ନିର୍ଗତ ହୁଏ। ଯାହା ନ୍ୟୁରୋଟିକ୍ସିକ ବୋଲି ବିଜ୍ଞାନ କୁହେ।
ତେବେ ଧୂପ କାଠିରେ ବାଉଁଶ ବ୍ୟବହାର ହେଉଛି। ଏଣୁ ଭାରତୀୟ ଧାର୍ମିକ ବିଧିରେ କେଉଁଠାରେ ହେଲେ ପୂଜାରେ ଅଗରବତୀ ଉପଯୋଗର ନିୟମ ନାହିଁ। ଅଗରବତୀ ଜଳିଲେ ଏଥିରୁ ସୁଗନ୍ଧ ବିଚ୍ଛୁରିତ ହୁଏ। ହେଲେ ଏହା ସହ ଜଳୁଥିବା ବାଉଁଶ କାଠି ଶାରୀରିକ ସମସ୍ୟାର କାରଣ ପାଲଟିଥାଏ। ବାଉଁଶ ପୋଡା ବାସ୍ନା ନିଶ୍ୱାସରେ ଶରୀରକୁ ପହଞ୍ଚିଯାଏ। ଶରୀରରେ ଏହାର ସାମାନ୍ୟତମ ଉପସ୍ଥିତି କ୍ୟାନସର ଅଥବା ମସ୍ତିସ୍କାଘାତର କାରଣ ହୋଇପାରେ। ଭାରି ଧାତୁ ପୋଡିଲେ ଲିଡ୍ ଅକ୍ସାଇଡ ନିର୍ଗତ ହୁଏ । ତେବେ ବାଉଁଶରୁ ମଧ୍ୟ ସେତିକି ପରିମାଣରେ ଏହି ବିଷାକ୍ତ ବାସ୍ପ ନିର୍ଗତ ହେଉଥିବାରୁ ଜାଳିବା ଲାଗି ବାଉଁଶ ବର୍ଜିତ କରାଯାଇଛି।
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Tuesday, April 16