ସାଧାରଣତଃ ଧାତୁ ମୂଳ-ଭସ୍ମାଦି ଧାରଣ କରିବାରେ କେତେକ ବିଶେଷ ବିଧି ରହିଛି | ମୂଳ ଧାରଣ ପାଇଁ ଆବଶ୍ୟକ ରଙ୍ଗର ସୂତାର ନିର୍ଦ୍ଦିଷ୍ଟ ବିଧି ମଧ୍ୟ ରହିଛି । ରତ୍ନକୁ ପ୍ରଥମେ ଗଙ୍ଗା ଜଳରେ ସ୍ମାନ କରାଇ ତା’ପରେ ଶିବଙ୍କ ପାଦୁକାରେ ବୁଡାଇ ଧାରଣ କରିବା ବିଧେୟ । ଏଥ ସହିତ ନିର୍ଦ୍ଦିଷ୍ଟ ମନ୍ତ୍ର ଜପ କରିବା ଉଚିତ । ନବଗ୍ରହ ପାଇଁ ନିର୍ଦ୍ଦିଷ୍ଟ ବାର ଅନୁସାରେ ଧାରଣ କରିବା ଉଚିତ |
ଯଥା- ରବିଙ୍କ ପାଇଁ ରବିବାର,
ଚନ୍ଦ୍ରଙ୍କ ପାଇଁ ସୋମବାର,
ଶନି, ରାହୁ. ଓ କେତୁଙ୍କ ପାଇଁ ଶନିବାର,
ମଙ୍ଗଳଙ୍କ ପାଇଁ ମଙ୍ଗଳବାର,
ବୁଧଙ୍କ ପାଇଁ ବୁଧବାର,
ବୃହସ୍ପତିଙ୍କ ପାଇଁ ଗୁରୁବାର
ଏବଂ
ଶୁକ୍ରଙ୍କ ପାଇଁ ଶୁକ୍ରବାରରେ ଧାରଣ କରିବା ବିଧେୟ ।
ସୂର୍ଯ୍ୟଙ୍କ ପାଇ ତମ୍ବା ଧାରଣ କରିବା ସହ ବେଲ ଗଛର ମୂଳ ରତ୍ନ ମାଣିକ୍ୟ ଓ ଲାଲ୍ ସୂତାରେ ରବିବାରରେ ଧାରଣ କରିବା ଉଚିତ୍
ଚନ୍ଦ୍ରଙ୍କ ପାଇଁ ଶଙ୍ଖ କ୍ଷୀରିକୋଳି ମୂଳ ଧାରଣ ସହ ରକ୍ତ ମୁତ୍ତା ଓ ଧଳା ସୂତାରେ ସୋମବାରରେ ଧାରଣ କରିବା ଉଚିତ୍
ମଙ୍ଗଳଙ୍କ ପାଇଁ ପ୍ରବାଳ , ଅନନ୍ତ ମୂଳ ବା ସୁଗନ୍ଧିର ମୂଳ ଲାଲ ସୂତାରେ ମଙ୍ଗଳବାରରେ ଧାରଣ କରିବା ଉଚିତ୍
ବୁଧଙ୍କ ପାଇଁ ସୁବର୍ଣ୍ଣ ବା ସୁନା ସହ ବୃଦ୍ଧ ଦାରୁକ , ରତ୍ନ ପାନ୍ନା , ସୁନେଲୀ ରଙ୍ଗର ସୂତାରେ ବୁଧବାରରେ ଧାରଣ କରିବେ ।
ଗୁରୁ ବା ବୃହସ୍ପତିଙ୍କ ପାଇଁ ମୁକ୍ତା ବ୍ରାହ୍ମଣଝରିଆ ମୂଳ ପୀତ ପୁଷ୍ପରାଗ କିମ୍ବା ମୁକ୍ତାକୁ ଧଳା ସୂତାରେ ଗୁରୁବାରରେ ଧାରଣ କରିବେ ।
ଶୁକ୍ରଙ୍କ ପାଇଁ ମଣି ମାସପର୍ଣ୍ଣି ବା ସଂହପୁଚ୍ଛା ମୂଳ ସହ ରତ୍ନ ହୀରାକୁ ଧଳା ସୂତାରେ ଶୁକ୍ରବାରରେ ଧାରଣ କରିବେ ।
ଶନିଙ୍କ ପାଇଁ ସୀସାକୁ ବାଡିଅଁଳା ମୂଳ ସହ ରତ୍ନ ନୀଳା କଳାସୂତାରେ ଶନିବାରରେ ଧାରଣ କରିବେ ।
ରାହୁଙ୍କ ପାଇଁ ଲୁହା ଶ୍ୱେତଚନ୍ଦନ ସହ ଗୋମେଦ ରତ୍ନ ସହ କଳା ସୂତାରେ ଶନିବାରରେ ଧାରଣ କରିବେ ।
କେତୁଙ୍କ ପାଇଁ କଷିଟି ସହ ଶ୍ୱେତଗନ୍ଧା ମୂଳ ମର୍କତ ବୈ ବୈଦୁର୍ଯ୍ୟ ରତ୍ନ ସହ ଧୂଷଣ ରଙ୍ଗର ସୁତା ଶନିବାରରେ ଧାରଣ କରିବେ ।
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Friday, March 29