ମୋବାଇଲ୍ ଫୋନ୍ ଏବେ ଲୋକଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇ ଯାଇଛି। ଖାସ୍ କରି ସ୍ମାର୍ଟଫୋନ୍ ଦିନଚର୍ଯ୍ୟାରେ ସାମିଲ ହୋଇ ସାରିଛି,କାରଣ ଏହା ସହ ଆସୁଥିବା ସୁବିଧା ଆମେ ପ୍ରତିଦିନ ବ୍ୟବହାର କରିଥାଉ। ଏହା କେବଳ ଫୋନରେ କଥା ହେବା ଯାଏଁ ସୀମିତ ରହି ନାହିଁ,ବରଂ ନ୍ୟୁଜ ଅପଡେଟ୍ ଚେକ୍ କରିବା,ମ୍ୟାଚ୍ ସ୍କୋର ଦେଖିବା କିମ୍ବା ସିଧା ଲାଇଭ ମ୍ୟାଚ୍,ଫିଲ୍ମ ଦେଖିବା କିମ୍ବା ଭିଡିଓ କଲିଂ କରିବାରେ ପ୍ରତିଦିନ ବ୍ୟବହାର ହୋଇଥାଏ। ଏହା ଯେତେ ସୁବିଧା ନେଇ ଆସିଥାଏ ସେତେ ଅଧିକ ସମସ୍ୟା ମଧ୍ୟ ବଢ଼ାଇ ଦେଇଥାଏ। ଏବଂ ଏହି ସମସ୍ୟା ଛୋଟ ପିଲାଙ୍କଠାରେ ଅଧିକ ଦେଖାଯାଇଥାଏ। ଫୋନ୍ ଏକ ଖରାପ ଅଭ୍ୟାସ ଭଳି ହୋଇ ଯାଉଛି।
ସ୍ମାର୍ଟଫୋନର ନିଶା ବଡ଼ ପିଲାଙ୍କଠୁ ଆରମ୍ଭ କରି ଛୋଟ ପିଲାଙ୍କଠାରେ ଏକା ଭଳି ଥାଏ। ଏହାର ପ୍ରଭାବ ସବୁ ବୟସ ଉପରେ ପଡ଼ୁଛି। କିନ୍ତୁ ପିଲାଙ୍କ ଉପରେ ଏହାର ପ୍ରଭାବ ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ। କାରଣ ଅଳ୍ପ ବୟସରେ ପିଲାଙ୍କ ମାନସିକ ଏବଂ ଶାରିରୀକ ବିକାଶରେ ସମୟ ଲାଗିଥାଏ। କୌଣସି ଅଭ୍ୟାସ କିମ୍ବା ସଉକର ଅଭ୍ୟାସ ବଦଳିବାରେ ଗମ୍ଭୀର ଫଳ ଦେଖାଯାଇଥାଏ।
ଆଜିକାଲି ଯୁଗରେ ପିଲାଙ୍କ ହାତକୁ ସହଜରେ ପହଞ୍ଚି ଯାଉଥିବା ସ୍ମାର୍ଟଫୋନର ଅନେକ କ୍ଷତି ଦେଖାଯାଉଛି।
୧. ରାଗ ଏବଂ ଚିଡ଼ଚିଡ଼ାପଣ ବଢ଼ିବା- ଅଳ୍ପ ବୟସରେ ରାଗ କିମ୍ବା ଚିଡ଼ିବା ସାଧାରଣ କଥା କାରଣ ଏହି ବୟସରେ ଜିନିଷକୁ ବୁଝିବା ଏବଂ ଏହାର ବିଶ୍ଲେଷଣ କରିବା ସହଜ ହୋଇନଥାଏ। ସ୍ମାର୍ଟଫୋନର ନିଶା ଯୋଗୁଁ ଏହା ଅଧିକ ବଢ଼ୁଛି। ଯଦି ପିଲାଙ୍କୁ ଫୋନ୍ ବ୍ୟବହାର କରିବାରୁ ରୋକା ଯାଏ ତେବେ ସେମାନଙ୍କଠାରେ ରାଗିବାର ପ୍ରବୃତ୍ତି ବଢ଼ି ଯାଇଥାଏ। ପିଲାଗୁଡ଼ିକ ପୂର୍ବ ଅପେକ୍ଷା ଅଧିକ ଚିଡ଼ଚିଡ଼ା ହୋଇ ଯାଉଛନ୍ତି। ନେଟଓ୍ବାର୍କ ନ ଆସିବା କିମ୍ବା ଫୋନର ବ୍ୟାଟେରୀ ସରିଯିବା ଫଳରେ ସେମାନଙ୍କର ଏହି ରୂପ ଦେଖିବାକୁ ମିଳିଥାଏ।
୨.ଫୋନ୍ ପ୍ରତି ନିର୍ଭରତା ବଢ଼ିବା – ଟେକ୍ନୋଲୋଜି ଉପରେ ମନୁଷ୍ୟର ନିର୍ଭରଶୀଳତା ବଢ଼ୁଛି। ସ୍ମାର୍ଟଫୋନ୍ ମାମଲାରେ ମଧ୍ୟ ଏହା ହେଉଛି। କେବଳ ମନୋରଞ୍ଜନ ନୁହେଁ,ବରଂ ପାଠପଢ଼ା ସହ ଜଡ଼ିତ ହେଉ କିମ୍ବା ଅନଲାଇନ ଶପିଂ କିମ୍ବା ଅନ୍ୟ କୌଣସି କାମ,ଏଥିପାଇଁ ସାମାନ୍ୟ ଉପାୟ ବଦଳରେ ସ୍ମାର୍ଟଫୋନ୍ ବ୍ୟବହାର କରିବା କାରଣରୁ ନିର୍ଭରତା ବଢ଼ୁଛି ଏବଂ ଅନେକ ଥର ଫୋନ୍ ଅନୁପସ୍ଥିତି ଅଡ଼ୁଆରେ ପକାଇ ଥାଏ।
୩.ଖେଳ-କୁଦରେ ରୁଚି କମ୍ ରହିବା – ଘରୁ ବାହାରେ ଯାଇ ପାର୍କରେ ବନ୍ଧୁଙ୍କ ସହ କ୍ରିକେଟ,ଫୁଟବଲ୍,ବ୍ୟାଡମିଣ୍ଟନ କିମ୍ବା ଅନେକ ପ୍ରକାରର ଗେମ୍ ଖେଳିବା ପିଲାଦିନର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥାଏ। ଏହା କେବଳ ପିଲାଙ୍କ ଶାରିରୀକ ବିକାଶରେ ସହାୟକ ହୋଇନଥାଏ,ବରଂ ତାଙ୍କ ବ୍ୟବହାର ଏବଂ ମାନସିକତାକୁ ମଧ୍ୟ ଉନ୍ନତ କରିଥାଏ। କିନ୍ତୁ ମୋବାଇଲରେ ସମୟ କାଟିବା ଯୋଗୁଁ ପିଲାମାନେ ଗୁରୁତ୍ବପୂର୍ଣ୍ଣ କୋଣ ପ୍ରତି ଦୂରେଇ ଯାଉଛନ୍ତି। ମନୋରଞ୍ଜନ ପାଇଁ ଫୋନରେ ଗେମଠୁ ଆରମ୍ଭ କରି ଫିଲ୍ମ ଏବଂ ଭିଡିଓ ତ ଅଛି,କିନ୍ତୁ ଏଗୁଡ଼ିକ ଶାରିରୀକ ଏବଂ ମାନସିକ ବିକାଶ ପଥରେ ବାଧକ ସୃଷ୍ଟି କରୁଛି।
୪.ଘରଲୋକଙ୍କଠୁ ଲୁଚି ବ୍ୟବହାର କରିବା- ପିଲାଦିନେ ଅନେକ ପିଲା ନିଜ ଘରଠୁ ଲୁଚି ଛୋଟ-ମୋଟ କାମ କରିଥାନ୍ତି କିନ୍ତୁ ଅଧିକାଂଶ ଏପରି ହୋଇଥାନ୍ତି। କିନ୍ତୁ ସ୍ମାର୍ଟଫୋନ୍ ଯୁଗରେ ଏହା ଅଧିକ ବଢ଼ି ଯାଇଛି।
୫.ଭୁଲ୍ କାମ ପ୍ରତି ବଢ଼ୁଛି ରୁଚି- ଏହା ଅଭିଭାବକଙ୍କୁ ସବୁଠୁ ଅଧିକ ଚିନ୍ତାର କାରଣ ହୋଇଛି। ପିଲାମାନେ ଛୋଟ-ମୋଟ ଭୁଲ୍ କାମଠୁ ନେଇ ବଡ଼ ଅପରାଧ କରୁଛନ୍ତି।
୬.ସାଇବର ଅପରାଧର ଶିକାର – ଆଧୁନିକ ଯୁଗରେ ସାଇବର ଅପରାଧ ସବୁଠୁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି ଏବଂ ପିଲାଙ୍କ ମାମଲାରେ ଏହା ଅତ୍ୟନ୍ତ ହାନିକାରକ ହୋଇଛି। କାରଣ ଏପରି ଅପରାଧୀ ସ୍ମାର୍ଟଫୋନ୍ ଭେଦି ଗୁରୁତ୍ବପୂର୍ଣ୍ଣ ସୂଚନା ଚୋରି କରି ପାରନ୍ତି ଯାହା ପିଲାଙ୍କ ଜୀବନ ଏବଂ ଭବିଷ୍ୟତରେ କ୍ଷତି ପହଞ୍ଚାଇ ପାରନ୍ତି।
ଏହା ବ୍ୟତୀତ ଏପରି ଅନେକ ସମସ୍ୟା ରହିଛି,ଯାହା ସ୍ମାର୍ଟଫୋନ୍ କାରଣରୁ ପିଲାଙ୍କଠାରେ ଦେଖାଯାଇଛି।
ଏପରି ପରିସ୍ଥିତିରେ ପ୍ରତ୍ୟେକ ପରିବାରରେ ବାପା-ମାଆ କିମ୍ବା ଅନ୍ୟ ପରିବାର ଲୋକେ ପିଲାଙ୍କୁ ଏହାର ଅତ୍ୟଧିକ ବ୍ୟବହାରଠୁ ଦୂରେଇ ରହିବା ଉଚିତ୍ ବୋଲି କହିବା ଆବଶ୍ୟକ। ଏଥିପାଇଁ ତାଙ୍କୁ ଉଦାହରଣ ଦେବା ଉର୍ଦେଶ୍ୟରେ ନିଜେ ମଧ୍ୟ କମ୍ ମୋବାଇଲ୍ ବ୍ୟବହାର କରିବା ଆବଶ୍ୟକ। ଯାହା ଦ୍ବାରା ପିଲାଙ୍କ ସହ ଅଧିକ କଥାବାର୍ତ୍ତା କରାଯାଇପାରିବ ଏବଂ ଏହା ସହିତ ତାଙ୍କ ଗତିବିଧି ଉପରେ ନଜର ରଖିହେବ।
Trending
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
- ସମ୍ବଲପୁରରେ ବୋମାମାଡ଼, ୩ ଆହତ: ବୋମାକୁ ଡବାରେ ଖଞ୍ଜାଯାଇଥିଲା
Thursday, March 28