ବାଙ୍କୀ ୨୯/୦୯: ଆଜିଠାରୁ ଆରମ୍ଭହୋଇଛି ମାଙ୍କ ପୀଠରେ ଷୋଢଶ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ଷୋଢଶ ଉପଚାର ପୂଜା । ମା ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି ସୁସଜିତ କରିଛି । ପ୍ରତ୍ୟେକଦିନ ମା ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଶଦ୍ଧାଳୁଙ୍କୁ ।
ଏହେଉଛି ମାଙ୍କର ବଡପୂଜା । ବିଶେଷକରି ଆଗାମୀ ମହାଅଷ୍ଟମୀଦିନ ମାଙ୍କପୀଠରେ ଦିବାରାତ୍ରୀ ପୂଜାପାଠ କରାଯିବା ସହ ଚଣ୍ଡିପାଠ କରାଯାଇଥାଏ । ଏହିଦିନ ରାତ୍ରୀ ସମୟରେ ଯେଉ ଭକ୍ତ ଓ ଶ୍ରଦ୍ଧାଳୁ ଅନିଦ୍ରା ରହି ରାତ୍ରୀକାଳୀନ ଦୀପଜାଳି ଉପବାସ କରିି ତାଙ୍କର ଦୁଃଖହରଣ ହେବା ସହ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହିଦିନ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ସେପଟେ ମନ୍ଦିର ସେବାୟତଙ୍କ ପକ୍ଷରୁ କୋଭିଡ କଟକଣା ମଧ୍ୟରେ ମାଙ୍କ ଷୋଢଶ ଉପଚାର ପୂଜା କରାଯିବା ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହେବା ସହ ସମସ୍ତେ ପ୍ରସ୍ତୁତ ଅଛି ବୋଲି କହିଛି ମନ୍ଦିରର ସେବାୟତ ଓ ଟ୍ରଷ୍ଟିର ଅଧକ୍ଷ ।