ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ଲୁଟେରା ଗ୍ୟାଙ୍ଗ୍ ଗତକାଲି ରାତିରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଜଣେ ବୃଦ୍ଧାଙ୍କ ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ, ବି.ଆଡ଼ି ପାତ୍ର। ମୃତା ଆଡ଼ି ଭୀଷ୍ମଗିରି କଲେଜ ଛକ ନିକଟରେ ସ୍ବାମୀ ବି.ରାମେୟା ପାତ୍ରଙ୍କ ସହ ରହୁଛନ୍ତି। ରାମେୟା ଘର ବାରଣ୍ଡାରେ ଶୋଇଥିବା ବେଳେ ଆଡ଼ି ଭିତରେ ଶୋଇଥିଲେ। ଏହିସମୟରେ ଦୁର୍ବୃତ୍ତମାନେ ଘରର ପଛ କବାଟ ଭାଙ୍ଗି ପଶି ଆଲମିରାରେ ଥିବା ନଗଦ ୫୦ ହଜାର ଟଙ୍କା ଓ ୩ ଭରି ସୁନା ଅଳଙ୍କାର ନେଇଯାଇଥିଲେ। ଏହାସହ ଆଡ଼ି କାନରେ ପିନ୍ଧିଥିବା ଝୁମୁକା ଓ ନାକର ନଥକୁ ଟାଣି ନେଇଥିଲେ। ସେ ପ୍ରତିରୋଧ କରିବାରୁ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିଲେ। ଦିଗପହଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସହ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି।
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Thursday, April 18