ସମସ୍ତ ଲୋକଙ୍କ ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋଚିତ୍ର ରହିଥିବା | କିନ୍ତୁ ଆପଣ ଜାଣନ୍ତି କି ଘରେ ଭଗବାନଙ୍କ ସମସ୍ତ ମୂର୍ତ୍ତି କିମ୍ବା ଫଟୋଚିତ୍ର ରଖିବା ଶୁଭ ନୁହେଁ | ଏଭଳି କିଛି ମୂର୍ତ୍ତି କିମ୍ବା ଫଟୋଚିତ୍ର ମଧ୍ୟ ଅଛି ଯାହା ଘରେ ସ୍ଥାପିତ ହୋଇଥିଲେ ତାହା ଆପଣଙ୍କ ପାଇଁ ଦୁର୍ଭାଗ୍ୟ ଆଣିପାରେ |
• ଘରର ମନ୍ଦିରରେ ଭଗବାନଙ୍କ ରୂପର ମୂର୍ତ୍ତି କେବେବି ସ୍ଥାପନ କରାଯିବା ଉଚିତ୍ ନୁହେଁ | ଏକ ରୌଦ୍ର ମୂର୍ତ୍ତି କିମ୍ବା ଚିତ୍ର ସ୍ଥାପନ ଦ୍ବାରା ଘରେ ଉଗ୍ର ଶକ୍ତି ଉତ୍ପନ୍ନ ହୁଏ | ଘରେ ସର୍ବଦା ଭଗବାନଙ୍କ ସୌମ୍ୟ ସ୍ବରୂପ ଚିତ୍ର ରଖନ୍ତୁ ଯାହା ଦ୍ବାରା ତାହାକୁ ଦର୍ଶନ କଲେ ମନରେ ସକରାତ୍ମକ ଉର୍ଜା ମନକୁ ଆସିବ |
• ଭଙ୍ଗା ମୂର୍ତ୍ତି ଏବଂ ଚିରିଯାଇଥିବା ଭଗବାନଙ୍କ ଚିତ୍ରକୁ ଘରେ କେବେବି ରଖନ୍ତୁ ନାହିଁ |
ଉଭୟ ଭସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ମନାଯାଇଥାଏ | ଘରେ ଏପରି ଚିତ୍ର ରହିବା ଦ୍ବାରା ମଧ୍ୟ କ୍ଷତି ହୋଇଥାଏ |
• ଘରେ ଭଗବାନଙ୍କ ଏପରି ପ୍ରତିମୂର୍ତ୍ତି କିମ୍ବା ଫଟୋଚିତ୍ର ରହିବା ଉଚିତ୍ ନୁହେଁ ସେ ଯୁଦ୍ଧ କରୁଥିବା କିମ୍ବା କୌଣସି ରାକ୍ଷାସକୁ ମାରୁଥିବା ରହିଥିବା । ଏହା ମଧ୍ୟ କ୍ରୋଧର ଏକ ରୂପ ବୋଲି ବିବେଚନା କରାଯାଏ | ଏପରି ପ୍ରତିମୂର୍ତ୍ତି କିମ୍ବା ଫଟୋଚିତ୍ର ଦେଖିଲେ ଘରେ ସମସ୍ୟା ସଙ୍କଟ ଦେଖାଦେଇଥାଏ |
• ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଘରେ କେବେବି ରଖନ୍ତୁ ନାହିଁ ଯେପରି ସେମାନଙ୍କର ପିଠି ଦୃଶ୍ୟମାନ ହେବ | ଏହା ଅଶୁଭ ବିବେଚନା କରାଯାଇଥାଏ ଏବଂ ସେହି ଘରେ ରହୁଥିବା ଲୋକଙ୍କ ଦୁର୍ଭାଗ୍ୟ ଆସିଥାଏ |
ଏହା ବ୍ୟତୀତ ପୂଜା ସ୍ଥାନରେ ସମାନ ଭଗବାନଙ୍କ ଦୁଇଟି ମୂର୍ତ୍ତି ରହିବା ଆଦୌ ଭଲ ନୁହେଁ। ବିଶେଷକରି ଯେତେବେଳେ ଉଭୟ ପାଖାପାଖି କିମ୍ବା ମୁହାଁମୁହିଁ ରହିଥାନ୍ତି | ଯେତେବେଳେ ଏଭଳି ଘଟେ ସେତେବେଳେ ଘରୋଇ କଳହ ଲାଗି ରହିଥାଏ | ସମସ୍ତ ସଦସ୍ୟ ପରସ୍ପର ସହିତ ଲଢେଇ ଜାରି ରଖିଥାନ୍ତି |
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Thursday, March 28