ଭୁବନେଶ୍ୱର : ଶିରିଡି ସାଇ ବାବାଙ୍କୁ ଯିଏ ଶ୍ରଦ୍ଧାର ସହ ପୂଜା କରିଥାଏ, ତାଙ୍କୁ ସ୍ମରଣ କରେ ବାବା ସେମାନଙ୍କ ଉପରେ ସର୍ବଦା ନିଜ କୃପା ଦୃଷ୍ଟି ରଖିଥାନ୍ତି ବୋଲି କୁହାଯାଏ । ଗୁରୁବାର ଦିନ ସାଇ ବାବାଙ୍କୁ ସମର୍ପିତ । ମନୋସ୍କାମନା ପୂର୍ତ୍ତି ପାଇଁ ଲୋକେ ଗୁରୁବାର ଦିନ ସାଇ ବାବାଙ୍କ ବ୍ରତ ପାଳନ କରନ୍ତି । ପ୍ରତ୍ୟେକ ଜାତି ବା ଧର୍ମର ବ୍ୟକ୍ତି ସାଇ ବାବାଙ୍କ ଆରାଧନା କରିପାରିବେ । ସାଇ ବାବା ସମସ୍ତଙ୍କ ମନୋସ୍କାମନା ପୂରଣ କରନ୍ତି । ବାବାଙ୍କ ବିଶେଷ କୃପା ପାଇବା ପାଇଁ କେମିତି ପୂଜା କରିବେ ଜାଣନ୍ତୁ । ପୂଜା କରିବା ପରେ ବାବାଙ୍କ କଥା ନିଶ୍ଚୟ ପଢନ୍ତୁ ଓ ଆଳତି କରନ୍ତୁ ।
ସାଇ ବାବାଙ୍କର ଗୋଟିଏ ହିଁ ମୂଳମନ୍ତ୍ର-‘ସମସ୍ତଙ୍କର ମାଲିକ ଜଣେ’ ବା ‘ସବକା ମାଲିକ ଏକ ହୈ’ । ବାବାଙ୍କ ବ୍ରତ ବହୁତ ସହଜ ଓ ସରଳ । ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ବିଛଣା ତ୍ୟାଗ କରି ନିତ୍ୟକର୍ମ ଓ ସ୍ନାନ ଆଦି ସାରି ସର୍ବ ପ୍ରଥମେ ବାବାଙ୍କ ଧ୍ୟାନ କରିବା ଉଚିତ । ଧ୍ୟାନ କରି ବ୍ରତ ସଂକଳ୍ପ ନେବା ଉଚିତ । ଏହାପରେ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରି ଗଙ୍ଗାଜଳରେ ଶୁଦ୍ଧ କରି ହଳଦିଆ ବସ୍ତ୍ର ଧାରଣ କରାଇବା ଉଚିତ । ଏହା ପରେ ପୁଷ୍ପ, ରୋଲି ଓ ଚନ୍ଦନ ଅର୍ପଣ କରନ୍ତୁ । ଢିପ ନୈବେଦ୍ୟ ଅର୍ପଣ କରିବେ । ଏହାପରେ ଶୁଦ୍ଧ ଘିଅର ଦୀପ ଜାଳି ବାବାଙ୍କ ଧ୍ୟାନ କରିବା ଉଚିତ । ବାବାଙ୍କ ପାଖରେ ବେସନ ଲଡୁ, ପେଡା କିମ୍ବା ଯେକୌଣସି ହଳଦିଆ ମିଠା ଭୋଗ କରିପାରିବେ । ଏହାପରେ ହାତରେ ଫୁଲ ଧରି ବାବାଙ୍କ କଥା ପଢିବା କିମ୍ବା ଶୁଣିବା ଉଚିତ । ଏହାପରେ ବାବାଙ୍କୁ ନିଜ ମନୋସ୍କାମନା ଜଣାଇ ଶେଷରେ ପ୍ରସାଦ ବିତରଣ କରିବା ଉଚିତ । ପ୍ରସାଦ ଗରିବଙ୍କୁ ବାଣ୍ଟିବା ଉଚିତ । ଏଥିରେ ବାବା ପ୍ରସନ୍ନ ହୋଇଥାନ୍ତି । ଗୁରୁବାର ଦିନ ଅଭାବୀ କିମ୍ବା ଆବଶ୍ୟକୀୟ ଲୋକଙ୍କୁ କିଛି ଦାନ କରିପାରିଲେ ବହୁତ ଭଲ ।
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Thursday, April 25