ବ୍ରହ୍ମପୁର୨୧/୦୯: ପାର୍ବଣରେ ବେଶ ସକ୍ରିୟ ହୋଇପଡିଛି ଅବକାରୀ ବିଭାଗ । ନିଶା ମାଫିଆଙ୍କୁ ଚେକ୍ ଦେବାକୁ ସବୁ ପ୍ରକାରର ଉଦ୍ୟ ଚଳାଇଛି ବିଭାଗ । ଏହି ପରିପ୍ରେକ୍ଷୀରେ ଅବକାରୀ ଗୁଇନ୍ଦା ବିଭାଗର ପୁଣି ଚଢାଉ କରାଯାଇଛି । ତେବେ ଏହି ଚଢାଉରେ ୧୨୦ କିଲୋ ଗଞ୍ଜେଇ ଜବତ ହୋଇଛି ।
କନ୍ଧମାଳରୁ ପଶ୍ଚିମବଙ୍ଗକୁ ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ଜଗନ୍ନାଥପ୍ରସାଦ ଗୋଚ୍ଛାବାଡି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ କରିଥିଲା ଚଢାଉ । ଫଳରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ କାର୍ ମଧ୍ୟ ଜବତ କରାଯାଇଛି ।