ଚେନ୍ନାଇ: ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟାଙ୍କ ପୁତ୍ର ଅଗସ୍ତ୍ୟ ପ୍ରଥମ ଥର ବିମାନ ଯାତ୍ରା କରିଛନ୍ତି। ଗୁରୁବାର ଏହି କନିଷ୍ଠ ପାଣ୍ଡ୍ୟା ପିତା ଓ ମାତା ନତାଶା ଷ୍ଟାଙ୍କୋଭିକ୍ଙ୍କ ସହ ଚେନ୍ନାଇକୁ ବିମାନରେ ଯାଇଥିଲେ। ହାର୍ଦିକ୍ ସେଠାରେ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳ ସହ ଯୋଗଦେବାକୁ ପତ୍ନୀ ଓ ପୁତ୍ରକୁ ଧରି ବିମାନ ଯାତ୍ରା କରିଥିଲେ। ଆସନ୍ତା ଶନିବାର ଦିନ ୬ ମାସରେ ପଦାର୍ପଣ କରିବାକୁ ଯାଉଥିବା ଅଗସ୍ତ୍ୟ ବାପାଙ୍କ କୋଳରେ ବିମାନ ଯାତ୍ରାକୁ ଖୁବ୍ ଉପଭୋଗ କଲା ଭଳି ଜଣାପଡୁଥିଲା। ଚାର୍ଟର୍ଡ ବିମାନରେ ଯାତ୍ରା ବେଳର ଫଟୋକୁ ପୋଷ୍ଟ କରିଥିବା ହାର୍ଦିକ୍ କ୍ୟାପ୍ସନ୍ ଲେଖିଥିଲେ ‘‘ମୋର ପୁଅର ପ୍ରଥମ ବିମାନ ଯାତ୍ରା’’। ପ୍ରାୟ ୨ ବର୍ଷ ପରେ ଟେଷ୍ଟ୍ ଦଳକୁ ଫେରିଥିବା ଏହି ଅଲ୍ରାଉଣ୍ଡର ଦଳ ସହ ଅଭ୍ୟାସ ପୂର୍ବରୁ ୬ ଦିନ ଧରି ଚେନ୍ନାଇରେ ସଂଗରୋଧରେ ରହିବେ। ହାର୍ଦିକ୍ ଶେଷ ଥର ପାଇଁ ୨୦୧୮ରେ ଇଂଲଣ୍ଡରେ ହିଁ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିଥିଲେ।
Trending
- ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ
- ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ
- ପୁଣି ଅସନ୍ତୋଷ ଜାହିର୍ କଲେ ଖାରବେଳ: ‘ପ୍ରତାପଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରାଯାଉ’
- ଶଶୁରଙ୍କୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
Friday, March 29