ଭୁବନେଶ୍ୱର : ହିନ୍ଦୁ ଧର୍ମରେ ଏକାଦଶୀର ଅନେକ ମହତ୍ୱ ରହିଛି | ଏକାଦଶୀ ଦିନ ଅନ୍ନ ଖାଇଲେ ପାପ ଲାଗେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି | ଏକାଦଶୀ ଦିନ ଅନ୍ନ ଖାଇଲେ କାହିଁକି ପାପ ଲାଗିଥାଏ ? ଶାସ୍ତ୍ର ଅନୁଯାୟୀ, ଏକାଦଶୀ ଦିନ ଅନ୍ନ ଖାଇଲେ ବ୍ରହ୍ମ ହତ୍ୟା ଭଳି ପାପ ଲାଗିଥାଏ | ସେଥିପାଇଁ ଏକାଦଶୀ ଦିନ ଅନ୍ନ ଭୋଜନ କଲେ ତାହା ପାପ ଭୋଜନ ସହ ସମାନ ବୋଲି ବିଶ୍ୱାସ ରହିଛି | ତେବେ ଏକାଦଶୀ ବ୍ରତ ପାଳନ କରିବ ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ | ଯେଉଁମାନେ ଏକାଦଶୀ ବ୍ରତ ପାଳନ କରନ୍ତି ସେମାନେ ଏକାଦଶୀ ଦିନ ଅନ୍ନ ଭୋଜନ କରନ୍ତିନାହିଁ | କିନ୍ତୁ ଯେଉଁମାନେ ବ୍ରତ ପାଳନ କରୁନାହାନ୍ତି ସେମାନେ ମଧ୍ୟ ଏହି ଦିନ ଅନ୍ନ ଭୋଜନ କରିବା ଅନୁଚିତ |
ଏକାଦଶୀ ବ୍ରତ କାହିଁକି ପାଳନ କରିବା ଉଚିତ ଜାଣନ୍ତୁ
ସଂସାର ଭୋଗ-ଭୂମି ଏବଂ ମଣିଷ ୟୋନି-ଭୋଗ | ସେଥିପାଇଁ ମଣିଷର ସାଧାରଣ ରୁଚି ଭୋଗ ବିଳାସ ପ୍ରତି ରହିଛି | ମଣିଷ ଯଦି ସର୍ବଦା ଭୋଗ ବିଳାସରେ ଲିପ୍ତ ରହିବ ତାହେଲେ କେବେ ମଧ୍ୟ ସଂସାର ଚକ୍ରରୁ ମୁକ୍ତ ହୋଇପାରିବ ନାହିଁ | ସଂସାରରେ ଜନ୍ମ ନେଇ ସମସ୍ତ କାର୍ଯ୍ୟ ନିର୍ବାହ କରୁଥିବା ମଣିଷ ଅତିକମରେ ଗୋଟିଏ ପକ୍ଷରେ ଭୋଗ ବିଳାସ ଠାରୁ ଦୁରେଇ ରହି ଭଗବାନଙ୍କ ପ୍ରତି ନିଜକୁ ସମର୍ପିତ କରି ନିଜ ମନ ଓ ଚିତ୍ତକୁ ଶାନ୍ତ ରଖି ସାକାହାର ଭୋଜନ କରିବା ଉଚିତ | ସେଥିପାଇଁ ଏକାଦଶୀ ବ୍ରତର ବିଧାନ ରହିଛି | ଏକାଦଶୀ ନିତ୍ୟ ବ୍ରତ | ସେଥିପାଇଁ ନିତ୍ୟ କର୍ମ ଭଳି ସମସ୍ତ ବୈଷ୍ଣବଙ୍କୁ ଏହି ବ୍ରତ ପାଳନ କରିବା ଉଚିତ |
ଜ୍ୟୋତିଷଶାସ୍ତ୍ର ଅନୁସରେ, ଶୁକ୍ଳପକ୍ଷ ଏକାଦଶୀ ଦିନ ଚନ୍ଦ୍ରମାଙ୍କ ଏକାଦଶ କଳାର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ | ଚନ୍ଦ୍ରମାଙ୍କ ପ୍ରଭାବ ମନୁଷ୍ୟ ଶରୀର ଓ ମନ ଉପରେ ଥାଏ | ସେଥିପାଇଁ ଏକାଦଶୀ ତିଥିରେ ଶରୀରର ଅସୁସ୍ଥତା ଓ ମନର ଚଞ୍ଚଳତା ବଢ଼ିଯାଇଥାଏ | ସେହିଭଳି କୃଷ୍ଣପକ୍ଷ ଏକାଦଶୀ ତିଥିରେ ସୂର୍ଯ୍ୟଙ୍କ ଏକାଦଶ କଳାର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ |
ସେଥିପାଇଁ ଏକାଦଶୀରେ ବ୍ରତ ପାଳନ କରି ଶରୀର ଓ ମନକୁ ଶାନ୍ତ ଚିତ୍ତ ରଖି ଭଗବାନଙ୍କୁ ଆରାଧନା କରିବା ଉଚିତ | ଫଳରେ ବିଚଳିତ ମନ ଶାନ୍ତ ହେବ ଏବଂ ମାନସିକ ସ୍ଥିତି ଦୃଢ ହେବ | ଏକାଦଶୀ ବ୍ରତ ପାଳନ କରିବା ଦ୍ୱାରା ବାତ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ |
ଯଦି ଉଦୟ କାଳରେ ସ୍ୱଳ୍ପ ଏକାଦଶୀ, ମଧ୍ୟମ କାଳରେ ସ୍ୱଳ୍ପ ଦ୍ୱାଦଶୀ ଏବଂ ଅନ୍ତରେ ଟିକିଏ ତ୍ରୟୋଦଶୀ ଥାଏ ତାକୁ ତ୍ରିସପୃସା ଏକାଦଶୀ କୁହାଯାଏ | ଏହି ଏକାଦଶୀ ଭଗବାନ ବିଷ୍ଣୁ ବହୁତ ପ୍ରିୟ | ଏହି ଦିନ ବ୍ରତ ପାଳନ କଲେ ଏକ ସହସ୍ର ଏକାଦଶୀ ବ୍ରତର ଫଳ ପ୍ରାପ୍ତ ହୋଇଥାଏ | ଦଶମୀ ଯୁକ୍ତ ଏକାଦଶୀ ବ୍ରତ ପାଳନ କରିବା ଅନୁଚିତ | ଦଶମୀ ଯୁକ୍ତ ଏକାଦଶୀ ବ୍ରତ ପାଳନ କଲେ ସଦଗତି ପ୍ରାପ୍ତ ହୋଇନଥାଏ |
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Thursday, April 18