ଦୁଇ ବନ୍ଧୁଙ୍କ ଜୀବନ ବଦଳାଇ ଦେଲା ଟ୍ରାଫିକ୍‌, ଭିଡରୁ ଆରମ୍ଭ ହୋଇଥିଲା ଲଭଷ୍ଟୋରୀ

ନୂଆଦିଲ୍ଳୀ ୨୨।୦୯: ବର୍ତ୍ତମାନ ଏକ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଏହି କାହାଣୀ ବିଷୟରେ ଜାଣିଲେ ଆପଣ ଏହାକୁ ଏକ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଭାବିବେ। କିନ୍ତୁ ଏହା କୌଣସି ଫିଲ୍ମ କାହାଣୀ ନୁହେଁ ସତ ଅଟେ। ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡ୍ଡିଟ୍‌ରେ ଏହି ପ୍ରେମ କାହାଣୀ ବିଷୟରେ ଏକ ପୋଷ୍ଟ ସେୟାର କରାଯାଇଛି । ଯାହାକୁ ପଢିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସାଧାରଣତଃ ଷ୍ଟାଣ୍ଡଅପ୍ କମେଡିରେ ବାଙ୍ଗାଲୋରର ଟ୍ରାଫିକ୍ ପ୍ରାୟତଃ ଉଲ୍ଲେଖ କରାଯାଏ। କିନ୍ତୁ ଏହି ଟ୍ରାଫିକ୍ ମଧ୍ୟ କାହାର ଜୀବନ ପରିବର୍ତ୍ତନ କରିଦେଵ ତାହା କେହି ଚିନ୍ତା ମଧ୍ୟ କରି ନଥିଲେ। କାହିଁକି ନା ଟ୍ରାଫିକ୍‌ ଦୁଇ ସାଙ୍ଗଙ୍କ ଜୀବନ ବଦଲାଇ ଦେଇଛି। ବାଙ୍ଗାଲୋରର ସୋନି ୱାର୍ଲ୍ଡ ସିଗନାଲ ଦୁଇ ସାଙ୍ଗ ମଧ୍ୟରେ ଥିବା ବନ୍ଧୁତ୍ଵ ପ୍ରେମରେ ପରିଣତ କରିଛି । ଯାହା ସେ କେବେ ଭାବି ନଥିଲେ ।

ବାସ୍ତବରେ ଏହି କପଲ୍‌ଙ୍କ ମଧ୍ୟରେ ନିବିଡ ବନ୍ଧୁତା ଥିଲା । କିନ୍ତୁ ସେ କେବେବି ପ୍ରେମର ଭାବନା ବିଷୟରେ ଚିନ୍ତା କରିନଥିଲେ । ଯେତେବେଳେ ପୁରୁଷ ବନ୍ଧୁ ଜଣଙ୍କ ଦିନେ ନିଜ ସାଙ୍ଗକୁ ଛାଡିବାକୁ ଯାଉଥିଲା। ନିର୍ମାଣାଧୀନ ଇଜିପୁରା ଫ୍ଲାଏ ଓଭର ଯୋଗୁଁ ଟ୍ରାଫିକ ବହୁତ ଜାମ ହୋଇଯାଇଥିଲା । ଦୁହେଁ ମଧ୍ୟ ସେହି ଟ୍ରାଫିକ୍‌ରେ ଅଟକି ଯାଇଥିଲେ। ଏହା ଫଳରେ ଦୁହିଁଙ୍କୁ ଖୁବ୍‌ ଭୋକ ଲାଗିଲା । ପରେ ଉଭୟ ଏକାଠି ରାତ୍ରୀ ଭୋଜନ ପାଇଁ କଲେ। ସେଠାରୁ ଦୁଇ ଜଣଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ପରେ ଦୁହେଁ ପରସ୍ପରକୁ ୩ବର୍ଷ ଡେଟିଂ କରିବା ପରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଦୁଇ କପଲ୍‌ଙ୍କ ବିବାହକୁ ୨ ବର୍ଷ ହୋଇସାରିଛି। ହେଲେ ଏପର୍ଯ୍ୟନ୍ତ ସେହି ଫ୍ଲାଏ ଓଭର ଠିକ୍‌ ହୋଇନାହିଁ । ଲୋକମାନେ ଏହି କପଲଙ୍କ ପ୍ରେମ କାହାଣୀକୁ ବହୁତ ପସନ୍ଦ କରୁଛନ୍ତି। ଅନେକ ଲୋକ ବାଙ୍ଗାଲୋର ଟ୍ରାଫିକ୍‌କୁ ଧନ୍ୟବାଦ ଦେଉଛନ୍ତି ।